ବିଧାୟକଙ୍କ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ…

add-all

fgf

ହୁ ହୁ ଜଳିଲା ବିଧାୟକଙ୍କ ଘର। ଆନ୍ଦୋଳନକାରୀମାନେ ବିଧାୟକଙ୍କ ଘରେ ଲଗାଇଦେଲେ ନିଆଁ। ମହାରାଷ୍ଟ୍ରରେ ମରାଠା ଆରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା ଲୋକେ ଏନ୍‌ସିପି ବିଧାୟକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଘରେ ବ୍ୟାପକ ଭଙ୍ଗା ରୁଜା ମଧ୍ୟ କରିଛନ୍ତି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମରାଠା ଆରକ୍ଷଣକୁ ନେଇ ଏବେ ଆନ୍ଦୋଳନକାରୀମାନେ ହିଂସକ ହୋଇପଡିଛନ୍ତି। ଏନ୍‌ସିପି ବିଧାୟକ ପ୍ରକାଶ ସଲୋଙ୍କିଙ୍କ ଘରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ଘରର ବେସ୍‌ମେଣ୍ଟରେ ରଖା ହୋଇଥିବା ଗାଡିରେ ପ୍ରଥମେ ଆନ୍ଦୋଳନକାରୀମାନେ ନିଆଁ ଲଗାଇଥିଲେ। ପରେ ଏହା ଭୟଙ୍କର ରୂପ ନେଇଥିଲା। ଦେଖୁ ଦେଖୁ ଏହି ନିଆଁ ପୂରା ଘରକୁ ବ୍ୟାପି ଯାଇଥିଲା। ପୂରା ଅଞ୍ଚଳରେ କଳା ଧୂଆଁର ଚାଦର ଢ଼ାଙ୍କି ହୋଇଯାଇଥିଲା।

ଏହି ଘଟଣା ପରେ ବିଧାୟକ ପ୍ରକାଶ ସଲୋଙ୍କି କହିଛନ୍ତି, ଯେଉଁ ସମୟରେ ବିକ୍ଷୋଭକାରୀମାନେ ଘରେ ନିଆଁ ଲଗାଇଥିଲେ ସେହି ସମୟରେ ତାଙ୍କର ପୂରା ପରିବାର ଘର ଭିତରେ ଥିଲେ। ସୌଭାଗ୍ୟବଶତଃ ପୂରା ପରିବାର ଓ କର୍ମଚାରୀ ଏଥିରୁ ବର୍ତ୍ତି ଯାଇଛନ୍ତି। ନିଆଁ ଲଗାଇବା ଯୋଗୁ ତାଙ୍କ ଘରର ଅନେକ କ୍ଷୟକ୍ଷତି ହୋଇଛି। ବ୍ୟାପକ ଧନ ସମ୍ପତ୍ତି ନଷ୍ଟ ହୋଇଛି।ମହାରାଷ୍ଟ୍ରରେ ଦୀର୍ଘ ଦିନ ଧରି ମରାଠା ଆରକ୍ଷଣ ଦାବିରେ ଆନ୍ଦୋଳନ ଜାରି ରହିଛି। ଏହାପୂର୍ବରୁ ମରାଠା ଆରକ୍ଷଣ ଆନ୍ଦୋଳନର ନେତା ମନୋଜ ଜରାଙ୍ଗେ ପାଟିଲ ଶନିବାର ଜାଲନା ଜିଲ୍ଲାରେ ଏକ ରାଲିର ଆୟୋଜନ କରିଥିଲେ। ଏଥିରେ ସେ ସିନ୍ଦେ ସରକାରଙ୍କୁ ୧୦ ଦିନର ଅଲ୍ଟିମେଟମ୍‌ ଦେଇଥିଲେ। ୧୦ ଦିନ ପରେ ସେ ବିଜୟ ଶୋଭାଯାତ୍ରା ଆରମ୍ଭ କରିବେ ବୋଲି କହିଥିଲେ।

ad-week
Leave A Reply

Your email address will not be published.