ବ୍ୟାଙ୍କରେ ପଶିଲା ବନ୍ୟା ଜଳ, ନଷ୍ଟ ହେଲା ୪୦୦ କୋଟି ଟଙ୍କାର ନୋଟ୍…

add-all

IMAGE_1698752278

ନୂଆଦିଲ୍ଲୀ : ବ୍ୟାଙ୍କ୍ ଟଙ୍କା ନଷ୍ଟ ନେଲା ବନ୍ୟା ଜଳ। ହଜାରେ କି ଦି ହଜାର ନୁହଁ କୋଟି କୋଟି ଟଙ୍କାର ନୋଟକୁ ନଷ୍ଟ କରିଦେଇଛି ପ୍ରାକୃତିକ ବିପର୍ଯ୍ୟୟ। ମହାରାଷ୍ଟ୍ର ନାଗପୁରରୁ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅତି କମରେ ୪୦୦ କୋଟି ଟଙ୍କା ମୂଲ୍ୟର ନୋଟ୍ ନଷ୍ଟ ହୋଇଯାଇଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ସେପ୍ଟେମ୍ବର ୨୪ରେ ନାଗପୁରର ନାଗ ନଦୀରେ ବନ୍ୟା ଆସିଥିଲା। ଏକାଧିକ କୋଠାବାଡ଼ିକୁ ଜଳମଗ୍ନ କରିଦେଇଥିଲା ବନ୍ୟା ଜଳ। ଏଥିରେ ସୀତବୁଲଦି ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର(BoM) ଶାଖା ମଧ୍ୟ ପ୍ରଭାବିତ ହୋଇଥିଲା। ବ୍ୟାଙ୍କରେ ନୋଟ୍ ରହୁଥିବା କୋଠରୀକୁ ମାଡ଼ି ଯାଇଥିଲା ପାଣି। ଫଳରେ ନୋଟ୍ ରହିଥିବା ବାକ୍ସ ପାଣିରେ ବୁଡ଼ି ଯାଇଥିଲା।
ପୂରା ଗୋଟିଏ ଦିନ ପରେ ଜଳ ନିଷ୍କାସନ ହୋଇଥିଲା। କିନ୍ତୁ ନୋଟ୍ ଥିବା ବାକ୍ସଟି ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଥିଲା। ଏଥିରେ ଥିବା ଟଙ୍କାଗୁଡିକ୍ ଏକ ପ୍ରକାର ଖରାପ ହୋଇଯାଇଥିଲା। ଏନେଇ ବ୍ୟାଙ୍କ୍ ପକ୍ଷରୁ ଆରବିଆଇକୁ ସୂଚନା ଦିଆଯାଇଥିଲା। ଆରବିଆଇ ଟିମ୍ ବ୍ୟାଙ୍କରେ ପହଞ୍ଚି ନୋଟ୍‌ଗୁଡ଼ିକ ଯାଞ୍ଚ କରିଥିଲେ ଓ କ୍ଷତିଗ୍ରସ୍ତ ନୋଟକୁ ସଂଗ୍ରହ କରିଥିଲେ। ଆରବିଆଇର ଅଧିକାରୀମାନେ ଅତ୍ୟନ୍ତ ନଷ୍ଟ ହୋଇଯାଇଥିବା ନୋଟଗୁଡିକୁ ବାଦ୍ ଦେଇ ଅନ୍ୟ ନୋଟଗୁଡ଼ିକୁ ସାବଧାନତାର ସହ ଗଣିବା ସହ ସ୍କାନ୍ କରିଥିଲେ।
ରିପୋର୍ଟ ଅନୁଯାୟୀ, ନୋଟଗୁଡ଼ିକୁ ବଦଳା ଯାଇଛି। ପ୍ରକୃତରେ କେତେ ଟଙ୍କାର ନୋଟ୍ ନଷ୍ଟ ହୋଇଛି ସେନେଇ ବ୍ୟାଙ୍କ୍ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ବିଶେଷ ସୂତ୍ର ଅନୁସାରେ ୪୦୦ କୋଟି ନୋଟ୍ ନଷ୍ଟ ହୋଇଥିବା କୁହାଯାଉଛି। ଜଣେ ଅଧିକାରୀ କହିଛନ୍ତି, ‘ଛଅ ଦଶନ୍ଧି ମଧ୍ୟରେ ପ୍ରଥମ କରି ଏକ ବ୍ୟାଙ୍କ ବିଲ୍ଡିଂ ଜଳମଗ୍ନ ହୋଇଛି।’
୧୯୬୭ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସନ୍ତରାଓ ନାଏକ ଏହି ବ୍ୟାଙ୍କର ଉଦଘାଟନ କରିଥିଲେ।

ad-week
Leave A Reply

Your email address will not be published.