ମନୋଜ ମିଶ୍ରଙ୍କ ପ୍ରସଙ୍ଗରେ ପୁଣି ଗର୍ଜିଲେ ବିଜେପି ବିଧାୟକ: ଆନ୍ଦୋଳନର ଚେତାବନୀ ଦେଲେ

add-all

images-2-640x430

ଭୁବନେଶ୍ବର: ମନୋଜ ମିଶ୍ରଙ୍କ ପ୍ରସଙ୍ଗରେ ପୁଣି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଜଣେ କଳାକାରର ଭାଷା ପରିଧି କି ସହର ନଥାଏ। ସିଏ ଆଫ୍ରିକାର ହେଉ କି କଟକର ଅବା ସମ୍ବଲପୁରର କଳାକାର ହେଉ, କଳାକୁ ସମ୍ମାନ ଦେବା ଓଡ଼ିଶା ସରକାରଙ୍କ ଦାୟିତ୍ୱ। ବିଜେଡି ସାଂସଦ ଯୋଉଭଳି ମନ୍ତବ୍ୟ ଦେଇଛନ୍ତି, ତାକୁ ମୁଁ ଆଗରୁ ନିନ୍ଦା କରିଥିଲି, ଆଜି ବି ନିନ୍ଦା କରୁଛି ଏବଂ ଅନୁରୋଧ କରୁଛି ଏ ପ୍ରସଙ୍ଗକୁ ଖୁବଶୀଘ୍ର ସମାଧାନ କରନ୍ତୁ ଏବଂ କଳାକାରଙ୍କୁ ଉପଯୁକ୍ତ ସମ୍ମାନ ଦିଅନ୍ତୁ।
କଳାକାରଙ୍କୁ ଯଦି ଅସମ୍ମାନ କରାଯିବ, ନିଶ୍ଚିତ ଭାବରେ ଓଡ଼ିଶାବାସୀ କଳାକାରଙ୍କ ସପକ୍ଷରେ ବାହାରିବେ। ପଶ୍ଚିମ ଓଡ଼ିଶାବାସୀ ମଧ୍ୟ କଳାକାରଙ୍କ ସପକ୍ଷରେ ବାହାରିବେ ଏବଂ ମନୋଜ ମିଶ୍ରଙ୍କଙ୍କ ଉପରୁ ନିଲମ୍ବନ ଉଠା ନ ଗଲେ ଆନ୍ଦୋଳନ ବ୍ୟାପକ ହେବ।

ad-week
Leave A Reply

Your email address will not be published.