ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରତିବାଦ, ଝାରସୁଗୁଡାରେ ଅନୁଭବ ଏବଂ ଅରିନ୍ଦମଙ୍କ କୁଶପୁତ୍ତଳିକା ଦାହ…

add-all

pro

ଝାରସୁଗୁଡ଼ା: ଥମୁନି କଳାକାର କଳି। ପଶ୍ଚିମ ଓଡ଼ିଶାର ଅନ୍ୟତମ ଜିଲ୍ଲା ଝାରସୁଗୁଡାରେ ଆଜି ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଅଭିନେତା ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ନିକଟରେ ସମ୍ବଲପୁରର ପ୍ରେକ୍ଷାଳୟରୁ ଅରିନ୍ଦମଙ୍କ ଅଭିନୀତ ଫିଲ୍ମ ‘ରାମ’କୁ ରିଲିଜ କରାଇ ନଦେବା ପଛରେ ମନୋଜଙ୍କ ଭୂମିକା ରହିଥିବା କହି ସିନେ ପ୍ରଯୋଜକ ସଂଘ ତାଙ୍କ ଉପରେ ଦୁଇ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଥିଲା। ଏହାପରେ ବିବାଦ ତେଜିବାରେ ଲାଗିଛି।

ପ୍ରତିବାଦର ସାମିଲ ହୋଇଥିବା ବ୍ୟକ୍ତି କହିଛନ୍ତି, ଏହି ପ୍ରଯୋଜକ ଓ କଳାକାରମାନେ ବର୍ତ୍ତମାନ ଅସ୍ତିତ୍ୱ ସଙ୍କଟରେ ପଡିଛନ୍ତି। ଏମାନେ ସବୁବେଳେ ଚର୍ଚ୍ଚାରେ ରହିବାକୁ ଚାହାନ୍ତି। ଯେଉଁଥିପାଇଁ ସେମାନେ ଏହି ପ୍ରସଙ୍ଗକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି। ଆଉ ସେମାନେ ଭାବୁଛନ୍ତି ପଶ୍ଚିମ ଓଡ଼ିଶାର ଜଣେ କଳାକାରଙ୍କୁ ବାସନ୍ଦ କଲେ ସେମାନଙ୍କୁ କାମ କରିବାକୁ ଯଥେଷ୍ଟ ସୁଯୋଗ ମିଳିବ। ପଶ୍ଚିମାଞ୍ଚଳ ଏକତା ମଞ୍ଚର ସଂୟୋଜକ ଏହା କହିଛନ୍ତି।

କୋଶଳ ସେନାର ଝାରସୁଗୁଡ଼ା ଜିଲ୍ଲା ସଭାପତି ଆକାଶ କାଲେଟ୍ କହିଛନ୍ତି,ପଶ୍ଚିମ ଓଡ଼ିଶାର ଜଣେ ଫିଲ୍ମ ଓ କଳାକାରଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରି ବାସନ୍ଦ କରିଥିବାରୁ ଆମେ ଏହି ପ୍ରତିବାଦ ଆରମ୍ଭ କରିଛୁ। ଏହା ଆମର ଆଞ୍ଚଳିକ ଅଖଣ୍ଡତାକୁ ନେଇ ଏକ ପ୍ରତିବାଦ ଏବଂ ଆମ ଭାଷା ପାଇଁ ଏକ ଲଢ଼େଇ। ସମଗ୍ର ପଶ୍ଚିମ ଓଡିଶାରେ ଓଡିଆ ସିନେମାକୁ ଆମେ ବର୍ଜନ କରିବୁ।

ମନୋଜ ମିଶ୍ରଙ୍କ ଉପରେ ଲାଗିଥିବା କଟକଣାକୁ ତୁରନ୍ତ ହଟାଇବା ଦାବିରେ କୋଶଳ ସେନା ପକ୍ଷରୁ ରବିବାର ଭବାନୀପାଟଣା ଓ ବରଗଡ଼ରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆନ୍ଦୋଳନକାରୀମାନେ ଅନେକ ଓଡ଼ିଆ ଚଳଚ୍ଚିତ୍ରର ପୋଷ୍ଟର ଜାଳିଦେବା ସହ ଅନୁଭବ ମହାନ୍ତିଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଦାବି କରିଛନ୍ତି।

ଏହି ବିବାଦକୁ ରାଜନୀତିକରଣ ମଧ୍ୟ ହୋଇଛି । ପଶ୍ଚିମ ଓଡ଼ିଶାର ବିଜେପି ବିଧାୟକ ମୁକେଶ ମହାଲିଙ୍କ ଏବଂ ନାଉରୀ ନାୟକ ଏବଂ କଂଗ୍ରେସ ନେତା ନରସିଂହ ମିଶ୍ର ମନୋଜ ମିଶ୍ରଙ୍କୁ ସମର୍ଥନ ଜଣାଇବା ସହ ତୁରନ୍ତ ଅଭିନେତାଙ୍କ ଉପରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

ad-week
Leave A Reply

Your email address will not be published.