ଅପରାଧିକ ମାମଲାର ଯାଞ୍ଚ କରିପାରିବନି ସଂସଦୀୟ କମିଟି

add-all

mah

ଅପରାଧିକ ମାମଲାର ଯାଞ୍ଚ କରିପାରିବନି ସଂସଦୀୟ ପ୍ୟାନେଲ। ଏଭଳି କିଛି ଦାବି କରି ଏଥିକ୍ସ କମିଟି ନିକଟକୁ ଚିଠି ପଠାଇଛନ୍ତି ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା। କ୍ୟାସ୍‌ ଫର୍‌ କ୍ୱେରୀ ମାମଲାରେ ଫଶିଥିବା ତ୍ରୁଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କୁ ନେଇ ଦିନକୁ ଦନ ରାଜନୀତି ଜୋର ଧାରିବାରେ ଲାଗିଛି। ତାଙ୍କର ଏହି ମାମଲା ଏଥିକ୍ସ କମିଟିରେ ଯାଞ୍ଚ ଚାଲିଛି। ଏହାରି ଭିତରେ ଏଥିକ୍ସ କମିଟି ନିକଟରେ ଏଭଳି କିଛି ଦାବି କରିଛନ୍ତି ଏହି ଟିଏମ୍‌ସି ନେତ୍ରୀ।

ଲାଞ୍ଚ ମାମଲାରେ ବ୍ୟବସାୟୀ ହିରାନନ୍ଦାନୀଙ୍କ ଭଲଭାବେ ଯାଞ୍ଚ କରାଯାଉଛି। ଯଦି ଆବଶ୍ୟକ ପଡେ ତେବେ ତାଙ୍କୁ କ୍ରସ୍ ଏଗ୍‌ଜାମିନ ମଧ୍ୟ କରାଯାଉ ବୋଲି ଏଥିକ୍ସ କମିଟିକୁ ଲେଖିଥିବା ଚିଠିରେ ଟିଏମ୍‌ସି ସାଂସଦ ଦାବି କରିଛନ୍ତି। କେବଳ ସେତିକି ନୁହେଁ ଅପରାଧିକ ମାମଲାର ତଦନ୍ତ ପାଇଁ ସଂସଦୀୟ କମିଟିର କୌଣସି ଅଧିକାର ନାହିଁ। କେବଳ ଅନୁସନ୍ଧାନକାରୀ ସଂସ୍ଥା ଏହା କରିପାରିବେ ବୋଲି ମହୁଆ କହିଛନ୍ତି।

ଏଥିସହ ଗୁରୁବାର ଦିନ ଲୋକସଭା ‘ଏଥିକ୍ସ୍‌ କମିଟି’ର ଶୁଣାଣି ବେଳେ ସୁପ୍ରିମ୍‌ କୋର୍ଟର ଓକିଲ ଜୟ ଅନନ୍ତ ଦେହାହରାଈଙ୍କୁ ‘କ୍ରସ୍‌-ଏଗ୍ଜାମିନ୍‌’ ବା ଜେରା କରିବାକୁ ଚାହାନ୍ତି ବୋଲି ସାଂସଦ ମହୁଆ ମୋଇତ୍ରା କହିଛନ୍ତି।

ସୂଚନାଯୋଗ୍ୟ, କ୍ୟାସ୍‌ ଫର୍‌ କ୍ୱେରୀ ଅଭିଯୋଗ ମାମଲାରେ ଆସନ୍ତାକାଲି ସାଂସଦ ମହୁଆ ମୋଇତ୍ରା ଏଥିକ୍ସ କମିଟି ନିକଟରେ ହାଜର ହେବେ। ସଂସଦରେ ପ୍ରଶ୍ନ ପଚାରିବା ଲାଗି ସେ ଲାଞ୍ଚ ନେଇଛନ୍ତି ବୋଲି ସୁପ୍ରିମ୍‌ କୋର୍ଟ ଓକିଲ ଜୟ ଅନନ୍ତ ଦେହାଦରାଈ ପ୍ରଥମେ ଅଭିଯୋଗ କରିଥିଲେ।

ହିରାନନ୍ଦାନୀ ଦାଏର କରିଥିବା ସତ୍ୟପାଠରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ଆଦାନି ଗ୍ରୁପ୍‌ ବିଷୟରେ ପ୍ରଶ୍ନ ପଚାରିବାକୁ ସେ (ମହୁଆ) ତାଙ୍କୁ ‘ପାର୍ଲାମେଣ୍ଟ୍‌ ଲଗ୍‌ଇନ୍‌ ଡିଟେଲ୍‌’ ଦେଇଥିଲେ ବୋଲି ଅଭିଯୋଗ କରିଥିଲେ।

ad-week
Leave A Reply

Your email address will not be published.