IFS ସ୍ତରରେ ଅଦଳବଦଳ: ସୁଶାନ୍ତ ନନ୍ଦ ହେଲେ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ…

add-all

sus

ଭୁବନେଶ୍ୱର: ଆଇଏଫଏସ୍‌ ସ୍ତରରେ ଅଦଳବଦଳ। IFS ସୁଶାନ୍ତ ନନ୍ଦଙ୍କୁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଦାୟିତ୍ବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କଲେ ରାଜ୍ୟ ସରକାର। ଆଇଏଫଏସ୍ ସୁଶାନ୍ତ ନନ୍ଦଙ୍କୁ ଆଜି ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ (ପିସିସିଏଫ-ୱାଇଲଡ୍ ଲାଇଫ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ( ସିଏଡବ୍ଲ୍ୟୁଏଲଡବ୍ଲ୍ୟୁ) ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସୁଶୀଲ କୁମାର ପୋପଲି ଗତକାଲି ଚାକିରିରୁ ଅବସର ନେବାପରେ ଏହି ପଦ ଖାଲି ପଡ଼ିଥିଲା। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତତ୍କାଳ ପ୍ରଭାବରୁ ତାଙ୍କୁ ଏହି ପଦରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଆଇଏଫଏସ୍‌ ମନୋଜ ନାୟାରଙ୍କୁ ସିଡିଏ (CDA)ର ମୁଖ୍ୟ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଏଥିସହିତ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ ଓ ନନ୍ଦନକାନନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ ମନୋଜ ନାୟାର। ମୁଖ୍ୟ ବନ ସଂରକ୍ଷକ ଆଇଏଫଏସ୍ ପ୍ରଦୀପ୍ତ କୁମାର ସାହୁଙ୍କୁ ଏମଇଆଣ୍ଡଆଇଭି ୱିଙ୍ଗ ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇଏଫଏସ୍ ଓମପ୍ରକାଶ ସିଂ ସରକାରୀ ଚାକିରିରୁ ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା ।

ଜଙ୍ଗଲ ଓ ପରିବେଶ ବିଭାଗର ଓଏସଡି ଆଇଏଫଏସ୍ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଅତିରିକ୍ତ ଭାବେ ପିସିସିଏଫ କାର୍ଯ୍ୟାଳୟରେ ପିଆଣ୍ଡଏସଏମ୍‌, ଏଫବିଏ ଓ ଆଇଟି,ଜିଆଇଏସ୍ ଦାୟିତ୍ୱ ନ୍ୟସ୍ତ ହୋଇଛି। ତାଙ୍କୁ ନିଜ ଦାୟିତ୍ୱ ସହ ଏହି ନୂଆ ଦାୟିତ୍ୱକୁ ତତ୍କାଳ ପ୍ରଭାବରୁ ତୁଲାଇବାକୁ କୁହାଯାଇଛି ।

ad-week
Leave A Reply

Your email address will not be published.