ଭାରତୀୟ ବାୟୁସେନାରୁ ବିଦାୟ ନେଲା ‘MiG-21’

add-all

ଳଂ

୬୦ ବର୍ଷ ପରେ ଭାରତୀୟ ବାୟୁସେନାରୁ ବିଦାୟ ନେଇଛି ‘MiG-21’। ପାକିସ୍ତାନକୁ ଧରାଶାୟୀ କରିଥିବା ମିଗ୍-21 ବିସନ୍ ଯୁଦ୍ଧ ବିମାନକୁ ବାୟୁସେନାରୁ ଦିଆଯାଇଛି ଅବସର। ରାଜସ୍ଥାନର ବାଡ଼ମେରସ୍ଥିତ ଉତରଲାଇ ଏୟାରବେସରୁ ଏହା ନିଜର ଶେଷ ଉଡ଼ାଣ ଭରିଛି। ପାକିସ୍ତାନକୁ ଧୂଳି ଚଟାଇଥିବା ଏହି ଯୁଦ୍ଧ ବିମାନ ୬୦ ବର୍ଷ ଧରି ଭାରତୀୟ ବାୟୁସେନାରେ ସେବା ଯୋଗାଉଥିଲା। କାର୍ଗିଲରୁ ନେଇ ବାଲାକୋଟ୍‌ ପର୍ଯ୍ୟନ୍ତ ପ୍ରତ୍ୟେକ ମୋର୍ଚ୍ଚାରେ ଏହା ବାୟୁସେନା ସହିତ ରହିଥିଲା।

କିନ୍ତୁ ବର୍ତ୍ତମାନ ଏହାକୁ ସୁଖୋଇ-30 MKI ବିମାନରେ ବଦଳାଯାଉଛି, କାରଣ ଉତରଲାଇ ଏୟାରବେସ୍‌ରେ ଏବେ ମିଗ୍ ପରିବର୍ତ୍ତେ Su-30 MKI ସ୍କ୍ଵାଡ୍ରନ୍‌ ନିୟୋଜିତ ହେବ। କହି ରଖୁଛୁ, ଦୀର୍ଘ ବର୍ଷ ପରେ ଉତରଲାଇ ଏୟାର୍‌ବେସରୁ MiG-21 ବିଦାୟ ନେଉଛି। ଏହି ଯୁଦ୍ଧ ବିମାନ ୧୯୬୬ରୁ ଏଠାରେ ସେବା ଯୋଗାଇ ଆସୁଥିଲା। ମିଗ୍-21 ବାୟୁସେନାର ସେବାରେ ପ୍ରଥମ ସୁପରସୋନିକ୍ ଯୁଦ୍ଧ ବିମାନ ଥିଲା। ଏହାକୁ ୧୯୬୩ ମସିହାରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା।

୧୯୬୩ ପରଠାରୁ ଏହା ସମସ୍ତ ପ୍ରମୁଖ ଯୁଦ୍ଧରେ ଭାଗ ନେଇଥିଲା। ଏହି ଯୁଦ୍ଧ ବିମାନ ସହିତ ଅଭିନନ୍ଦନ ପାକିସ୍ତାନୀ F-16କୁ ଖସାଇଥିଲେ। ମିଗ୍‌-21ର ବିଦାୟୀ କାର୍ଯ୍ୟକ୍ରମରେ ତିନି ସୈନ୍ୟବାହିନୀର ସୈନିକମାନେ ଉପସ୍ଥିତ ଥିଲେ। ଅକ୍ଟୋବର ୩୧ ମଙ୍ଗଳବାର ଦିନ ଉତରଲାଇରେ ଏକ କାର୍ଯ୍ୟକ୍ରମ ସମୟରେ ଉଭୟ ମିଗ୍-21 ଏବଂ ସୁଖୋଇ-30 MKI ଏକତ୍ର ଉଡ଼ାଣ ଭରିଥିଲେ। ଏହା ମିଗ୍‌-21ର ଶେଷ ଉଡ଼ାଣ ଥିଲା।

ad-week
Leave A Reply

Your email address will not be published.