ୟୁଟ୍ୟୁବରୁ ସୀମା ହାଇଦର ପାଇଥିବା ପ୍ରଥମ ପାରିଶ୍ରମିକରେ ସ୍ବାମୀଙ୍କ ପାଇଁ କିଣିଲେ ଏଭଳି ଉପହାର…

add-all

Seema_1690900672

ଲକ୍ଷ୍ନୌ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ୟୁଟ୍ୟୁବରୁ ପ୍ରଥମ ପାରିଶ୍ରମିକ ପାଇଛନ୍ତି। ପ୍ରଥମଥର ଏହି ପାରିଶ୍ରମିକ ଟଙ୍କା ପାଇବା ପରେ ସୀମା ବହୁତ ଖୁସି ହୋଇଯାଇଛନ୍ତି।
ଏହି ଖୁସିର ମୂହୂର୍ତ୍ତକୁ ସୀମା ସମସ୍ତଙ୍କ ସହ ସେୟାର କରି କହିଛନ୍ତି, ‘ଯେବେଠାରୁ ମୁଁ ୟୁଟ୍ୟୁବ ଖୋଲିଲିଣି ଲୋକେ ମୋତେ ପଚାରୁଥିଲେ କେବେ ଟଙ୍କା ପାଇବ। ଏହି ଟଙ୍କା ପାଇବା ପାଇଁ ମୋ ମନରେ ବି ଇଚ୍ଛା ରହିଥିଲା। ଶେଷରେ ଲୋକଙ୍କ ଭଲ ପାଇବା ପାଇଁ କରଭା ଚୌଥର କିଛିଦିନ ପୂର୍ବରୁ ୟୁଟ୍ୟୁବ ଭିଡିଓ ପାଇଁ ମୁଁ ୪୫ହଜାର ଟଙ୍କା ପାଇଛି।
ତେଣୁ ମୋତେ ଭଲ ପାଉଥିବା ଲୋକଙ୍କୁ ଅଶେଷଅ‌‌ଶେଷ ଧନ୍ୟବାଦ। ପ୍ରଥମ ଦରମାରେ ମୁଁ ମୋ ସ୍ବାମୀଙ୍କୁ ଉପହାର ଦେଇଛି। ଯାହାକି ତାଙ୍କୁ ବହୁତ ପସନ୍ଦ ଆସିଛି। ଏମିତି ସ୍ବାମୀ ମୋତେ ସବୁଜନ୍ମରେ ମିଳୁ। ମୁଁ ସଚିନଙ୍କ ସହ ଯେତିକି ଖୁସି ଅଛି ପୂର୍ବସ୍ବାମୀଙ୍କ ସହ ନଥିଲି।’

ସେହିପରି ସଚିନ କହିଛନ୍ତି, ‘ମୁଁ କେବେ ଭାବି ନ ଥିଲି ସୀମା ମୋ ଜୀବନରେ ଆସିବେ। ସେ ହେଉଛନ୍ତି ମୋର ପ୍ରଥମ ପ୍ରେମ। ସେ ଆସିବା ପରେ ମୋ ଜୀବନ ବଦଳି ଯାଇଛି । ମୁଁ ଖୁବ ଖୁସିରେ ଦିନ କାଟୁଛି। ସୀମାଙ୍କୁ ପ୍ରତ୍ୟେକ ସୁଖ ଦେବାକୁ ମୁଁ ଚେଷ୍ଟା କରୁଛି। ଲୋକେ କ’ଣ କହୁଛନ୍ତି ବା ଆମ ସମ୍ପର୍କକୁ ନେଇ କ’ଣ ଭାବୁଛନ୍ତି ‌ସେଥିରେ ମୋତେ କିଛି ଫରକ ପଡ଼େନାହିଁ। ମା’ଙ୍କୁ ପଚାରି ସୀମା ମୋ ପାଇଁ କରଭା ଚୌଥ ବ୍ରତ ବି ରଖିଥିଲା।’

ad-week
Leave A Reply

Your email address will not be published.