ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜସ୍ଥାନ କଂଗ୍ରେସ ମୁଖ୍ୟଙ୍କ ଦୁଇ ପୁଅଙ୍କୁ ‘ଇଡି’ ସମନ୍‌

add-all

rcc

ଜୟପୁର: ଗତବର୍ଷ ସରକାରୀ ସ୍କୁଲ୍‌ ଶିକ୍ଷକ ଚୟନ ନିମନ୍ତେ ଅନୁଷ୍ଠିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ସହିତ ଜଡ଼ିତ ଥିବା ଆର୍ଥିକ ଅପରାଧ ଅଭିଯୋଗରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଡୋଟାସରାଙ୍କ ଦୁଇ ପୁଅଙ୍କୁ ସମନ୍‌ ଜାରି କରିଛି।
ଜେରା ନିମନ୍ତେ ଅଭିଳାଷ ଡୋଟାସରାଙ୍କୁ ନଭେମ୍ବର ୭ ତାରିଖ ଦିନ ଓ ଅବିନାଶ ଡୋଟାସରାଙ୍କୁ ନଭେମ୍ବର ୮ ତାରିଖ ଦିନ ହାଜର ହେବାକୁ ସମନ୍‌ ଜାରି କରାଯାଇଛି।
ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜୟପୁର ଏବଂ ସିକରରେ ଡୋଟାସରାଙ୍କ ବାସଭବନରେ ଚଢ଼ଉ କରିଥିଲା। ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି ଯେ, ସେ କ‌ୌଣିସ ଭୁଲ୍‌ କରି ନାହାନ୍ତି ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟର ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି।
ରାଜସ୍ଥାନ ପୁଲିସ କେତେଜଣ ଲୋକଙ୍କ ନାମରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରିବାରୁ ଆର୍ଥିକ ଦୁର୍ନୀତି ମାମଲା ସୃଷ୍ଟି ହୋଇଥିଲା।
ଚଳିତ ମାସ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ ଥିବା ଏହି କଂଗ୍ରେସ-ଶାସିତ ରାଜ୍ୟରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି ବୋଲି ରାଜନେତାମାନେ କହୁଛନ୍ତି।

ad-week
Leave A Reply

Your email address will not be published.