ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ଘରୋଇ ହସ୍ପିଟାଲ ଆଇସିୟୁରେ ଚାଲିଛି ଚିକିତ୍ସା

add-all

Maheswar_Mohanty_(cropped)

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ଅବସ୍ଥାରେ ଭୁବନେଶ୍ୱରର କେୟାର ହସ୍ପିଟାଲ୍‌ରେ ଗତକାଲିଠାରୁ ଚିକିତ୍ସାଧୀନ ଅଛନ୍ତି। ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ସେ ଏବେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେ‌ଳେ ତାଙ୍କ ଅବସ୍ଥା ଗମ୍ଭୀର ରହିଛି।
ମେଡିକାଲ୍‌ ଟିମ୍‌ ତାଙ୍କର ଖୁବ୍ ଯତ୍ନ ନେଉଛନ୍ତି ଓ ଅତ୍ୟନ୍ତ ଭଲ ସେବା ପ୍ରଦାନ କରାଯାଉଛି। ଆମେ ସବୁଠୁ ଭଲ ଚିକିତ୍ସା ଯୋଗାଇ ଦେବାକୁ ଚେଷ୍ଟା କରୁଛୁ ବୋଲି ହସ୍ପିଟାଲ୍‌ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।
ମହେଶ୍ବର ମହାନ୍ତିଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି ଅନେକ ବିଜେଡି ନେତା । ଅମର ପ୍ରସାଦ ଶତପଥୀ, ଉମା ସାମନ୍ତ ରାୟ, ରୁଦ୍ର ମହାରଥୀ ଭଳି ପ୍ରମୁଖ ନେତା ହସ୍ପିଟାଲରେ ଉପସ୍ଥିତ ହୋଇଥିବା ସୂଚନା ରହିଛି।
ଅନ୍ୟପଟେ ପୁଅ ସୁନୀଲ ମହାନ୍ତିଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ଜଗନ୍ନାଥଙ୍କ ଆର୍ଶୀବାଦ ରହିଛି, ଲୋକଙ୍କ ଭଲ ପାଇବା ରହିଛି। ବାପାଙ୍କ ଦେହ ଭଲ ହୋଇଯିବ ।ଦୁଇ ଦିନ ପୂର୍ବରୁ ତାଙ୍କ ଦେହ ଖରାପ ହୋଇଥିବାରୁ ହସ୍ପିଟାଲରେ ଭର୍ତି ହୋଇଛନ୍ତି। .
ମଙ୍ଗଳବାର ଶ୍ରୀ ମହାନ୍ତି ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସନ୍ଧ୍ୟାରେ ସେ ବଡ଼ଶଙ୍ଖ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରିବା ପରେ ଅସୁସ୍ଥତା ଅନୁଭବ କରିଥିଲେ। ଦେହ ହାତ ଥରିବା ଆରମ୍ଭ କରିଥିଲା। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ ଯେ ଶ୍ରୀ ମହାନ୍ତି ପ୍ରତି ମାସେ କି ଦୁଇ ମାସରେ ଥରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥାନ୍ତି। ମାସେ ତଳେ ବି ଅସୁସ୍ଥତା କାରଣରୁ ସେ ଏହି ଡାକ୍ତରଖାନାରେ ଭର୍ତ୍ତି ହେବା ସହ କିଛିଦିନ ଧରି ଚିକିତ୍ସିତ ହୋଇଥିଲେ।

ad-week
Leave A Reply

Your email address will not be published.