ଜମ୍ମୁକଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ବ ନେ‌ଲେ ରଶ୍ବିରଂଜନ

add-all

shsffhsfhsfhfh-750x430

ଭୁବନେଶ୍ବର : ନୂଆଦିଲ୍ଲୀ: ୧୯୯୧ ବ୍ୟାଚର( ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ-ଏଜିଏମୟୁଟି) କ୍ୟ‌ାଡର ଆଇପିଏସ୍‌ ଅଧିକାରୀ ତଥା ଓଡିଆ ପୁଅ ରଶ୍ମିରଂଜନ ସ୍ବାଇଁ ଜମ୍ମୁ-କଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ କରିଛନ୍ତି। ଜମ୍ମ-କଶ୍ମୀର ପୁଲିସ ମହାନିର୍ଦ୍ଦେଶରୁପେ କାର୍ଯ୍ୟକରୁଥିବା ଦିଲବାଗ ସିଂହ ଗତକାଲି ଅବସର ଗ୍ରହଣ କରିଥିଲେ। ଜମ୍ମୁ-କଶ୍ମୀରରେ ଜଣେ ଦକ୍ଷ ଓ ସଚ୍ଚୋଟ ପୁଲିସ ଅଧିକାରୀ ଭାବେ ଶ୍ରୀ ସ୍ବାଇଁଙ୍କର ତାଙ୍କର ଖ୍ୟାତି ରହିଛି।

ଏଥି ସହିତ ଆତଙ୍କବାଦ ମୁକାବିଲା ନେଇ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ଶ୍ରୀନଗର ଏବଂ ଜମ୍ମୁରେ ଏସ୍‌ପି ଭାବରେ କାମ ଆରମ୍ଭ କରି ପୁଲିସ ମୁଖ୍ୟ ପଦରେ ସେ ଏବେ ଅବସ୍ଥାପିତ ହୋଇଛନ୍ତି। ଶ୍ରୀ ସ୍ବାଇଁଙ୍କର ଘର ରାଉରକେଲା ସହରରେ। ନୂତନ ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରା ସ୍ବାଇଁ ତୁରନ୍ତ ପୁଲିସ ମୁଖ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଥିଲେ।

ad-week
Leave A Reply

Your email address will not be published.