ଡ୍ୟାନ୍‌ସ୍‌ ପାର୍ଟିରେ ସାପ ଓ ସାପବିଷ; ଏଲ୍‌ଭିସ୍‌ ଯାଦବ ଓ ୫ ସହଯୋଗୀଙ୍କ ନାଁରେ ମାମଲା

add-all

re

ନୋଇଡ଼ା: ଗୁରୁବାର ରାତିରେ ନୋଇଡ଼ାରେ ଚାଲିଥିବା ଏକ ‘ରେଭ୍‌ ପାର୍ଟି’ରେ  (ଡ୍ୟାନ୍‌ସ୍‌ ପାର୍ଟି) ଚଢ଼ଉ କରି ପୁଲିସ ‘ବିଗ୍‌ ବସ୍ ଓଟିଟି’ ବିଜୟୀ ଏଲ୍‌ଭିସ୍‌ ଯାଦବଙ୍କର ୫ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବା କଥା ଆଜି ପୁଲିସ କହିଛି।

ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ଏଲ୍‌ଭିସ୍‌ ସାପଟିଏ ଧରି ଖେଳୁଛନ୍ତି। ୫ ସହଯୋଗୀଙ୍କ ସମେତ ଏଲ୍‌ଭିସ୍‌ଙ୍କ ନାଁ ବି ମାମଲା ରୁଜୁ କରାଯାଇଛି ବୋଲି ପୁଲିସସୂତ୍ରରୁ ପ୍ରକାଶ। ସେ ୫ଜଣ ହେଉଛନ୍ତି ରାହୁଲ୍‌, ଟିଟୁନାଥ, ଜୟକରଣ, ନାରାୟଣ ଓ ରବିନାଥ।

ଚଢ଼ଉ ବେଳେ ସେମାନଙ୍କ ନିକଟରୁ ୨୦ ମିଲିଗ୍ରାମ୍‌ ସାପବିଷ ଓ ୯ଟି ବିଷଧର ସାପଙ୍କୁ ଉଦ୍ଧାର କରାଯାଇଛି। ସେଗୁଡ଼ିକ ମଧ୍ୟରେ ଅଛନ୍ତି ୫ଟି ନାଗ, ଗୋଟାଏ ଅଜଗର, ଗୋଟାଏ ଦୁଇମୁଣ୍ଡିଆ ସାପ ଓ ଗୋଟାଏ ଢମଣା।

ସାଂସଦ ମେନକା ଗାନ୍ଧୀଙ୍କ ‘ପିପୁଲ୍‌ ଫର୍‌ ଆନିମଲ୍‌’ ‘ଏନ୍‌ଜିଓ’ର ପ୍ରାଣୀ ମଙ୍ଗଳ ଅଧିକାରୀ ଗୌରବ ଗୁପ୍ତା ଏହି ‘ରେଭ୍‌ ପାର୍ଟି’ ବିରୋଧରେ ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗକାରୀ ନୋଇଡ଼ା ପୁଲିସକୁ କହିଥିଲେ ଯେ, ନୋଇଡ଼ା ଫାର୍ମହାଉସ୍‌ରେ ଏଲ୍‌ଭିସ୍‌ ସାପବିଷ ଓ ଜିଅନ୍ତା ସାପଙ୍କ ସହିତ ଭିଡିଓ ଉଠାଉଥିବା ସୂଚନା ତାଙ୍କ ନିକଟରେ ଅଛି। ବେଆଇନ ଭାବେ ଆୟୋଜିତ ଏହି ‘ରେଭ୍‌ ପାର୍ଟି’କୁ ନିୟମିତ ବିଦେଶୀ ଝିଅମାନଙ୍କୁ ଆମନ୍ତ୍ରଣ କରାଯାଉଛି।

‘ପିପୁଲ୍‌ ଫର୍‌ ଆନିମଲ୍‌’ର ଜଣେ ସଦସ୍ୟ ଯାଇ ଏଲ୍‌ଭିସ୍‌ଙ୍କ ନିକଟରେ ପହଞ୍ଚି କିଛି ନାଗବିଷ ମାଗିବାରୁ ସେ ତାଙ୍କ ଏଜେଣ୍ଟ୍‌ଙ୍କ ଫୋନ୍‌ ନମ୍ବର ଦେଇଥିଲେ। ଯୋଗାଯୋଗ କରିବାରୁ ସାପବିଷ ମିଳିଯିବ ବୋଲି ଏଜେଣ୍ଟ୍‌ କହି ପାର୍ଟିକୁ ଡାକିଥିଲେ।

ad-week
Leave A Reply

Your email address will not be published.