କରବା ଚୌଥରେ ଫେରିଲେନି ପତ୍ନୀ, ଝୁଲି ପଡ଼ିଲେ ସ୍ୱାମୀ

add-all

dsrew

ସ୍ୱାମୀଙ୍କ ଲମ୍ବା ଆୟୂ କାମନା କରି ପତ୍ନୀ ରଖିଥାନ୍ତି କରବାଚୌଥ ବ୍ରତ । ରାତିରେ ଚାନ୍ଦ ଦେଖିବା ପରେ ହିଁ ପତ୍ନୀମାନେ ଏହି ବ୍ରତକୁ ଶେଷ କରିଥାନ୍ତି। ଗତ ବୁଧବାର ମହିଳାମାନେ କରବାଚୌଥ ବ୍ରତ ରଖି ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ କାମନା କରିଛନ୍ତି।

ମାତ୍ର ଏପରି ଖୁସିର ବାତାବରଣରେ ଉତ୍ତରପ୍ରଦେଶର ଭୁଟା ପୁଲିସ୍‌ ଷ୍ଟେଶନ ଅଞ୍ଚଳର ଗୁଗା ଗ୍ରାମରେ ଏକ ଛାତି ଥରା ଘଟଣା ଘଟିଛି। ପ୍ରାୟ ୨ ମାସ ପୂର୍ବେ ବାପ ଘରକୁ ଚାଲି ଯାଇଥିବା ପତ୍ନୀ କରବା ଚୌଥରେ ନ ଫେରିବାରୁ ଝୁଲି ପଡ଼ିଛନ୍ତି ସ୍ୱାମୀ। ମୃତକ ୨୪ ବର୍ଷୀୟ ପ୍ରମୋଦ ବୋଲି ଜଣାଯାଇଛି।

ପ୍ରମୋଦଙ୍କ ପତ୍ନୀ ପ୍ରୀତି ୨ ମାସ ହେବ ନିଜ ବାପ ଘରକୁ ଚାଲି ଯାଇଛନ୍ତି। ପ୍ରମୋଦ ବହୁ ବୁଝାଶୁଝା ପରେ ବି ସେ ଶାଶୁ ଘରକୁ ଫେରୁ ନ ଥିଲେ। ଗତ ସୋମବାର କରବା ଚୌଥ ଅବସରରେ ଘରକୁ ଫେରିବାକୁ ପ୍ରମୋଦ ନିଜ ପତ୍ନୀ ପ୍ରୀତିଙ୍କୁ ଫୋନ୍‌ କରି ଅନୁରୋଧ କରିଥିଲେ। ମାତ୍ର ଏହି ଘଟଣାକୁ ନେଇ ପ୍ରମୋଦଙ୍କର ତାଙ୍କ ଶାଶୁଙ୍କ ସହ ପାଟିଗୋଳ ହୋଇଥିଲା।

ଏହାପରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ପ୍ରମୋଦ ଉକ୍ତ ଦିନ ରାତିରେ ନିଜ ରୁମ୍‌ରେ ଏକ ରଶି ଲଗାଇ ଝୁଲି ପଡ଼ିଥିଲେ। ଏହା ପରଦିନ ସକାଳେ ପରିବାର ଲୋକେ ପ୍ରମୋଦଙ୍କ କବାଟ ବାଡ଼େଇଥିଲେ ବି ସେ କବାଟ ଖୋଲି ନ ଥିଲେ। ଏହାପରେ କବାଟ ଭାଙ୍ଗି ପୁଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.