ଧନଖଡଙ୍କୁ କ୍ଷମା ମାଗ; ରାଜ୍ୟସଭାରୁ ନିଲମ୍ବନ ମାମଲାରେ ରାଘବଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

add-all

ragh

ନୂଆଦିଲ୍ଲୀ: ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍‌ ସଂକ୍ରାନ୍ତ ପ୍ରସ୍ତାବରେ ୫ ଜଣ ସାଂସଦଙ୍କ ଦସ୍ତଖତ ଜାଲ୍‌ କରିଥିବା ଅଭିଯୋଗରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ଅଗଷ୍ଟ ମାସରେ ଏହି ଘଟଣା ଘଟିଥିବା ବେଳେ ଆଜି ଏହି ମାମଲାକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ରାଘବକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଉଲ୍ଲେଖଯୋଗ୍ୟ, ୪ ଜଣ ରାଜ୍ୟସଭା ସାଂସଦ ଦାବି କରିଥିଲେ ଯେ ଅଗଷ୍ଟ ୭ ତାରିଖରେ ଏକ ପ୍ରସ୍ତାବରେ ଚଢ଼ା ସେମାନଙ୍କ ବିନା ଅନୁମତିରେ ସେମାନଙ୍କ ନାମ ସାମିଲ କରିଥିଲେ। ସାଂସଦ ସସ୍ମିତ ପାତ୍ର, ଏସ୍‌ ଫାଙ୍ଗନନ୍‌ କୋନିଆକ୍‌, ଏମ୍‌ ଥାମ୍ବିଦୁରାଇ ଓ ନରହରି ଅମିନ୍‌ଙ୍କୁ ନ ପଚାରି ଚଢ଼ା ଗୃହ କମିଟିରେ ସେମାନଙ୍କ ନାମ ଯୋଡ଼ିଥିବା ଅଭିଯୋଗ ହୋଇଥିଲା। ଏଭଳି ଭୁଲ ପାଇଁ ରାଘବ ଚଢ଼ାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରାଯାଇଥିଲା।

ଏହି ମାମଲାକୁ ନେଇ ରାଘବ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି ଏହାର ଶୁଣାଣି କରି ଭାରତର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ରାଘବ ନିଜ ଭୁଲ ପାଇଁ ଧନଖଡ଼ଙ୍କୁ କ୍ଷମା ମାଗନ୍ତୁ। କ୍ଷମା ମାଗିବା ପରେ ଏହାକୁ ଗ୍ରହଣ କରି ଧନଖଡ଼ ଆଗାମୀ ପଦକ୍ଷେପ କ’ଣ ‌ନେବେ ତାହାର ନିଷ୍ପତ୍ତି ନିଅନ୍ତୁ।

ad-week
Leave A Reply

Your email address will not be published.