
ବିଶ୍ବର ଶୀର୍ଷ ଧନୀବ୍ୟକ୍ତି ମସ୍କ କିନ୍ତୁ ଏଆଇକୁ ନେଇ ଭୟଙ୍କର ଭବିଷ୍ୟବାଣୀ ଶୁଣାଇଛନ୍ତି। ଯଦି ଏହାକୁ ଠିକ୍ରେ ବ୍ୟବହାର କରା ନଯାଏ ତା’ହେଲେ ଏହା ଅସୁବିଧା ସୃଷ୍ଟି କରିବ। ମସ୍କ କହିଛନ୍ତି ଇତିହାସରେ ଏଆଇ ସବୁଠୁ ବ୍ୟାଘାତ ସୃଷ୍ଟିକାରୀ ଶକ୍ତି ହେବ ଏବଂ ସମୟ ଆସିବ ଯେତେବେଳେ ଆଉ କୌଣସି ନିଯୁକ୍ତି ଆବଶ୍ୟକ ପଡ଼ିବ ନାହିଁ। ସବୁଠାରୁ ସ୍ମାର୍ଟ ମନୁଷ୍ୟ ଠାରୁ ଅଧିକ ସ୍ମାର୍ଟ ହେବ ଏଆଇ ବୋଲି ମସ୍କ କହିଛନ୍ତି। ବିଭିନ୍ନ ଦେଶର ସରକାର ଏଆଇ ନୀତି ପ୍ରସ୍ତୁତ କରିବା ଲାଗି ତରତର ହେବା ଆବଶ୍ୟକ ନୁହେଁ। ଯେଉଁ କମ୍ପାନି ଏହି ପ୍ରଯୁକ୍ତି ବ୍ୟବହାର କରୁଛନ୍ତି ସେମାନେ ଅଧିକ ଭଲଭାବେ ସମସ୍ୟା ସଂପର୍କରେ ଜାଣିଛନ୍ତି। ସେମାନେ ଆଇନ ପ୍ରଣେତାମାନଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବା ଉଚିତ ବୋଲି ମସ୍କ କହିଛନ୍ତି। ବ୍ରିଟେନ ପ୍ରଥମ ଥର ପାଇଁ ବିଶ୍ବର ଏଆଇ ସୁରକ୍ଷା ସମ୍ମିଳନୀ ଚଳିତମାସ ୧ ଓ ୨ ତାରିଖରେ ଆୟୋଜନ କରିଛି। ଏହି ଦୁଇ ଦିନିଆ ସମ୍ମିଳନୀରେ ବିଶ୍ବରୁ ପ୍ରାୟ ୧୦୦ ରାଜନେତା, ଶିକ୍ଷାବିତ ଏବଂ ପ୍ରଯୁକ୍ତି କ୍ଷେତ୍ରର ଅଧିକାରୀମାନେ ଯୋଗ ଦେଇଥିଲେ।