ପଞ୍ଚଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣ ଜବତ, ମାଲିକ ଅଟକ…

youtube

Capture-6-750x430

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଆଡଙ୍ଗବଜାରେ ଥିବା ଏକ ବାଣ ଗୋଦାମରେ ସୋର ପୁଲିସ ଅଚନାକ ଭାବେ ଚଢ଼ଉ କରି ପଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣ ଜବତ କରିଥିବା ଜଣାପଡିଛି।
ସୂଚନା ଅନୁସାରେ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଏସ ଆଇ ବିଜୟ ବାରିକ ସଦଳବଳେ ସୋର ପୌରାଞ୍ଚଳ ଆଡଙ୍ଗବଜାର ପୁରୁଣା ମାଛ ମାର୍କେଟରେ ଥିବା ଏକ ଗୋଦାମରେ ଅଚାନକ ଚଢ଼ଉ କରିଥିଲେ। ପରେ ଏଥିରେ ବେଆଇନ ଭାବେ ଗଛିତ ଥିବା ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣକୁ ଜବତ କରିବା ସହିତ ଦୁଇଟି ଗାଡ଼ିରେ ଥାନାକୁ ନେଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ଗୋଦାମ ମାଲିକଙ୍କୁ ଅଟକ ଘଟଣାର ତଦନ୍ତ ଆରମ୍ଭ କରିଛି ସୋର ପୁଲିସ।

Leave A Reply

Your email address will not be published.