ମତଦାନ କେନ୍ଦ୍ରକୁ ହେଲିକପ୍ଟରରେ ଗଲେ ପୁଲିଂ ପାର୍ଟି…

add-all

ree

ରାୟପୁର: ଆସନ୍ତା ୭ ତାରିଖରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ଆଜି ରାଜ୍ୟରେ ସରୁଛି ପ୍ରଚାର। ଛତିଶଗଡ଼ର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମାଓ ପ୍ରବଣ ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରକୁ ଯିବାକୁ ଥିବା ପୁଲିଂ ପାର୍ଟିଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯାଇଛି। ସୁକମା ଜିଲ୍ଲାରେ ୪୨ଟି ପୁଲିଂ ପାର୍ଟିକୁ ହେଲିକପ୍ଟର ଯୋଗେ ମତଦାନ କେନ୍ଦ୍ରକୁ ପଠାଯାଇଛି। ଏହା ସହ ୩୬ଟି ମତଦାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ସୁକମା ସମେତ ବିଜାପୁର, ଦାନ୍ତେୱାଡା ଜିଲ୍ଲାରେ ମଧ୍ୟ ପୁଲିଂ ପାର୍ଟିକୁ ହେଲିକପ୍ଟର ଯୋଗେ ପଠାଯାଇଛି। ମାଓବାଦୀଙ୍କ ପକ୍ଷରୁ ମାଓ ପ୍ରଭାବିତ ଅଞ୍ଚଳରେ ମତଦାନ ନ କରିବା ପାଇଁ ଧମକ ଦିଆଯାଇଥିଲା। ଏହାରି ଭିତରେ ଆଜି ପ୍ରଥମ ପର୍ଯ୍ୟାୟ ଶେଷ ହେଉଥିବାରୁ ସୁକମା ଜିଲ୍ଲା ବସ୍ତରଠାରେ ନିର୍ବାଚନୀ ସଭା କରିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ad-week
Leave A Reply

Your email address will not be published.