ଭାରତ ବିରୋଧରେ ପୁଣି ବିଷ ଉଗାରିଲେ କାନାଡା ପ୍ରଧାନମନ୍ତ୍ରୀ

Independence

errtQ

ପୁଣି ଭାରତ ବିରୋଧରେ ବିଷ ଉଗାରିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ। ସେ ହିନ୍ଦୁମାନଙ୍କ ସ୍ୱସ୍ତିକ ଚିହ୍ନକୁ ନେଇ ଦେଲେ ବିବାଦୀୟ ବୟାନ। ସ୍ୱସ୍ତିକ ଚିହ୍ନକୁ ସେ ଘୃଣାର ପ୍ରତୀକ ବୋଲି କହିଛନ୍ତି। ଏହାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ବିବାଦ ଉପୁଜିଛି।

ଜଷ୍ଟିନ୍‌ ଟ୍ରୁଡୋ ଆଜି ସକାଳୁ ସୋଶାଲ ମିଡିଆ ସାଇଟ୍‌ ‘X’ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଯେତେବେଳେ ଆମେ ଘୃଣ୍ୟ ଭାଷା ଏବଂ କଳ୍ପନାକୁ ଦେଖିବା କିମ୍ବା ଶୁଣିବା, ସେତେବେଳେ ଆମେ ଏହାକୁ ନିନ୍ଦା କରିବା ଉଚିତ୍। ସଂସଦ ହଲରେ କୌଣସି ବ୍ୟକ୍ତିଙ୍କ ଦ୍ୱାରା ସ୍ୱସ୍ତିକ ପ୍ରଦର୍ଶନ ଅସ୍ୱୀକାର୍ଯ୍ୟ ଅଟେ। କାନାଡାବାସୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହେବାର ଅଧିକାର ଅଛି। କିନ୍ତୁ ଆମେ ଇହୁଦି ବିରୋଧୀ ଭାବନା, ଇସଲାମୋଫୋବିଆ କିମ୍ବା କୌଣସି ପ୍ରକାରର ଘୃଣାକୁ ବରଦାସ୍ତ କରିବୁ ନାହୁଁ।

କାନାଡା ପ୍ରଧାନମନ୍ତ୍ରୀଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଅନେକ ଏହାକୁ ସମାଲୋଚନା କରିଛନ୍ତି। ସ୍ୱସ୍ତିକ ଚିହ୍ନ ପବିତ୍ରତାର ଚିହ୍ନ ହୋଇଥିବା ବେଳେ ନାଜିମାନଙ୍କ ଚିହ୍ନ ‘ହେକେନ୍‌କ୍ରୁଜ’କୁ ସେ ଘୃଣାର ପ୍ରତୀକ ବୋଲି କହିଛନ୍ତି। କିଛି ଦିନ ପୂର୍ବେ ଜଷ୍ଟିନ ଟ୍ରୁଡୋ ନାଜି ଯୁଦ୍ଧ ଅପରାଧୀଙ୍କୁ ସମ୍ମାନିତ କରିବାକୁ ସଂସଦକୁ ଡାକିଥିଲେ। ଏହି ଖବର ଚାରିଆଡେ ପ୍ରସାରିତ ହେବା ପରେ କାନାଡାର ବାଚସ୍ପତିଙ୍କୁ ଇସ୍ତଫା ଦେବାକୁ ପଡିଥିଲା।

ଉଲ୍ଲେଖଯୋଗ୍ୟ, ଜଷ୍ଟିନ୍‌ ଟ୍ରୁର୍ଡ ସଂସଦରେ ଶିଖ୍ ଆତଙ୍କବାଦୀ ହାର୍ଦ୍ଦିକ ସିଂହ ନିଜ୍ଜରଙ୍କୁ ହତ୍ୟା କରିଥିବା ନେଇ ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି। ଏହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତା ହେବାରେ ଲାଗିଛି। ହିନ୍ଦୁ ପ୍ରତୀକ ସ୍ୱସ୍ତିକ ଉପରେ ବ୍ୟାନ୍‌ ଲଗାଇବା ପାଇଁ କାନାଡାର ଡିଆଇପିଏମ୍ ଦୀର୍ଘ ଦିନରୁ ଚିନ୍ତା କରୁଛନ୍ତି। ତେବେ ସେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇପାରି ନାହାଁନ୍ତି। ଏ ବାବଦରେ ପୂର୍ବରୁ କାନାଡା ସଂସଦରେ ମଧ୍ୟ ଏକ ବିଲ୍ ଆଗତ କରାଯାଇଛି।

ad-week
Leave A Reply

Your email address will not be published.