ଦିଲ୍ଲୀରେ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ୍…

add-all

air

ନୂଆଦିଲ୍ଲୀ: ରାଜଧାନୀର ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ସ୍ଥିତି ଏପରି ହୋଇଛି ଯେ ଦିଲ୍ଲୀର ଅନେକ ସ୍ଥାନରେ ଏକ୍ୟୁଆଇ ପାଖାପାଖି ୫୦୦ ପାଖାପାଖି ପହଞ୍ଚିଛି। ଏଭଳି ପରିସ୍ଥିତିରେ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନ ରାଜଧାନୀରେ ଜିଆରଏପି-୪ ଲାଗୁ କରିଛନ୍ତି । ଜିଆରପି-୪ କାର୍ଯ୍ୟକାରୀ ହେବା ପରେ ଦିଲ୍ଲୀରେ ସିଏନଜି, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍, ଇଲେକ୍ଟ୍ରିକ୍ ଟ୍ରକ୍ ବ୍ୟତୀତ ଅନ୍ୟ ଟ୍ରକର ପ୍ରବେଶ ଉପରେ କଟକଣା ଲଗାଯିବ। ଏହାବ୍ୟତୀତ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀରେ ପୂର୍ବରୁ ହିଁ ପେଟ୍ରୋଲ, ଡିଜେଲ କାର୍ ଓ ଘରୋଇ ନିର୍ମାଣ କାମ ବନ୍ଦ କରାଯାଇଛି । ଏହା ସହିତ ଧୂଳି ଉଡ଼ାଉଥିବା କାର୍ଯ୍ୟ ଯେପରିକି ଡ୍ରିଲିଂ, ଖନନ, ବୋରିଂ, ଡେମୋଲିସନ ଆଦିକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି ।

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ସର୍ବସାଧାରଣ ପ୍ରକଳ୍ପ ସହ ଜଡ଼ିତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଆତିଶୀ ମାର୍ଲେନା କହିଛନ୍ତି ଯେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସ୍କୁଲମାନେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ କ୍ଲାସ ଆୟୋଜନ କରିପାରିବେ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.