ପୂର୍ବତନ ଇସ୍ରୋ ମୁଖ୍ୟଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ଏସ୍‌ ସୋମନାଥ…

add-all

fgfg

ପଦାରେ ପଡ଼ିଲା ଇସ୍ରୋ କଳି। ଇସ୍ରୋର ପୂର୍ବତନ ମୁଖ୍ୟ କେ. ଶିବନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ବର୍ତ୍ତମାନ ମୁଖ୍ୟ ଏସ୍‌ ସୋମନାଥ। ୨୦୧୮ରେ ଇସ୍ରୋ ଅଧ୍ୟକ୍ଷ ପଦ ପାଇଁ ପୂର୍ବତନ ଅଧ୍ୟକ୍ଷ କେ.ଶିବନ ଏସ୍‌ ସୋମନାଥଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ। ନିଜ ଆତ୍ମଜୀବନୀରେ ଏଭଳି କିଛି କଥା ପରୋକ୍ଷରେ ଲେଖିଥିବା ନେଇ ଏବେ ବିବାଦ ସୃଷ୍ଟି ହୋଇଛି।

ଇସ୍ରୋ ଅଧ୍ୟକ୍ଷ ନିଜ ପୁସ୍ତକରେ ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ସଂଘାତିକ ଅଭିଯୋଗ ଆଣିଛନ୍ତି। ତରବରିଆ ପଦକ୍ଷେପ ଯୋଗୁ ଚନ୍ଦ୍ରଯାନ-୨ ମିଶନ ବିଫଳ ହୋଇଥିଲା ବୋଲି ଏସ୍ ସୋମନାଥ ନିଜ ବହିରେ ଲେଖିଛନ୍ତି। ସଫ୍ଟୱେୟାରରେ ତ୍ରୁଟି ଯୋଗୁ ମିଶନ ଫେଲ ମାରିଥିଲା। କିନ୍ତୁ ଶିବନ ସତ ନ କହି ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ବୋଲି କହିଥିଲେ। ଏସ୍ ସୋମନାଥ ତାଙ୍କ ପୁସ୍ତକ ‘Nilavu Kudicha Simhangal’ରେ ଏକଥା ଉଲ୍ଲେଖ କରିଛନ୍ତି।

ଏପରିକି ପୂର୍ବତନ ଅଧ୍ୟକ୍ଷ କେ ଶିବନ ତାଙ୍କୁ ମହାକାଶ କେନ୍ଦ୍ରର ଅଧ୍ୟକ୍ଷ କରାଇଦେବାକୁ ଚାହୁଁନଥିଲେ। ୨୦୧୮ରେ ଇସ୍ରୋ ଅଧ୍ୟକ୍ଷ ପଦ ପାଇଁ ପୂର୍ବତନ ଅଧ୍ୟକ୍ଷ କେ.ଶିବନ ଏସ୍‌ ସୋମନାଥଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ। ମଲୟାଲମ ଭାଷାରେ ନିଜ ଆତ୍ମଜୀବନୀରେ ଏସବୁ ଉଲ୍ଲେଖ କରିଛନ୍ତି ସୋମନାଥ। ପୁସ୍ତକ ପ୍ରକାଶ ପାଇବା ପରେ ସାରା ଦେଶରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏହି ବିବାଦ ସାମ୍ନାକୁ ଆସିବା ପରେ ଆଜି ଶାରଜାହା ଆନ୍ତର୍ଜାତୀୟ ପୁସ୍ତକ ମେଳାରେ ଉନ୍ମୋଚନ ହେବାକୁ ଥିବା ନିଜ ମଲୟାଲମ ଆତ୍ମଜୀବନୀ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ। ଏଥିସହ ପୁସ୍ତକ ପ୍ରକାସନକୁ ମଧ୍ୟ ସ୍ଥଗିତ ରଖାଯାଇଛି।

ad-week
Leave A Reply

Your email address will not be published.