ଡି-ବ୍ରଦର୍ସ ନାଁରେ ଟ୍ୟୁସନ ସାର୍ ଆଦାୟ କରୁଥିଲେ ଦାଦାବଟି, ୨ ଅଭିଯୁକ୍ତ ଗିରଫ

add-all

ffg

କଟକ: ଡି-ବ୍ରଦର୍ସ ନାଁରେ ଦାଦାବଟି ଆଦାୟ କରିବା ପଡିଲା ମହଙ୍ଗା। ବନ୍ଧା ହେଲେ ଦୁଇ ଅଭିଯୁକ୍ତ। କଟକରେ ପୁଣି ଧଳସାମନ୍ତ ଭ୍ରାତା ସୁଶାନ୍ତ ଏବଂ ସୁଶୀଲ ଧଳସାମନ୍ତଙ୍କ ନାଁରେ ଦାଦାବଟି ଆଦାୟ ଅଭିଯୋଗ ଆସିଛି। ଛତ୍ର ବଜାରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କାର ଦାଦାବଟି ମାଗିବାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ଥାନା ପୋଲିସ। ଏନେଇ ସୂଚନା ଦେଲେ ଅତିରିକ୍ତ ଡିସିପି ଅନିଲ ମିଶ୍ର।

ବିଭିନ୍ନ ସମୟରେ ଭୟ ଦେଖାଇ ଡି ବ୍ରଦର୍ସ ନାଁରେ ଦାଦାବଟି ମାଗୁଥିଲେ ଦୁଇ ଯୁବକ। ଗିରଫ ଦୁଇ ଜଣ ହେଲେ ମଣ୍ଟୁ ଓରଫ କମଳାକାନ୍ତ ବାରିକ ଓ ବାବୁ ଓରଫ ଦିଲ୍ଲୀପ କୁମାର ଦାସ। ତେବେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ ଘର ଜଗତସିଂହପୁରରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଢେଙ୍କାନାଳ ବୋଲି ଜଣାପଡିଛି। ପୂର୍ବରୁ ସେମାନେ ଢେଙ୍କାନାଳର ଜଣେ ବ୍ୟକ୍ତିଙ୍କୁ ଧମକ ଦେବା ସହ ତାଙ୍କ ଠାରୁ ୧ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ। ସେମାନଙ୍କ ନିକଟରୁ ନଗଦ ୯୨ ହଜାର ଟଙ୍କା, ୫ଟି ମୋବାଇଲ ଫୋନ ସହ ଦୁଇଟି ବାଇକ ଜବତ କରାଯାଇଛି।

ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରୁ ଦିଲୀପ କୁମାର, ଯିଏ ପେସାରେ ଜଣେ ଟ୍ୟୁସନ ସାର। ଦିଲୀପ ଟିୟୁସନ କରିବା ସହ ଏହି ଧଳ ବ୍ରଦର୍ସଙ୍କ ନାଁ କହି ଟଙ୍କା ଲୁଟୁଥିଲେ। ତାଙ୍କୁ ସହଯୋଗ କରୁଥିଲେ କମଳାକାନ୍ତ ବାରିକ। ଉଭୟଙ୍କ ନାଁରେ ପୂର୍ବରୁ କଟକ, ଭୁବନେଶ୍ୱର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ଉଭୟ ବିଭିନ୍ନ ସମୟରେ ବଡ଼ ବଡ଼ ଗ୍ୟାଙ୍ଗଷ୍ଟରଙ୍କ ନାଁରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫୋନ୍ ଯୋଗେ ଧମକ ଦେବା ସହ ଦାଦାବଟି ମାଗିଥାନ୍ତି। ତେବେ ଉଭୟ ଧରାପଡିବା ପରେ କୋର୍ଟ ଚାଲାଣ କରିବା ସହ ଏହି ଘଟଣାରେ ଆହୁରି ତଦନ୍ତ ବାକି ରହିଥିବା କହିଛନ୍ତି କଟକ ଅତରିକ୍ତ ଡିସିପି ଅନିଲ ମିଶ୍ର।

ad-week
Leave A Reply

Your email address will not be published.