କଙ୍କଡାହାଡ଼ ବ୍ଲକରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ…

add-all

କାମାକ୍ଷାନଗର: ଢେଙ୍କାନାଳ ଜିଲା ଆଦିବାସୀ ବହୁଳ ଅଞ୍ଚଳ କଙ୍କଡାହାଡ଼ ବ୍ଲକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଇଥିବା ସୁଯୋଗ ନେଇ କିଛି ନକଲି ଡାକ୍ତର ଜମାଇଛନ୍ତି ନିଜର ଆଧିପତ୍ୟ।  ଆଦିବାସୀ  ନିରୀହ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ନାଁ ରେ ଶୋଷଣ କରୁଥିବା ଦେଖିବାକୁ ମିଳିଛି ।କଲିକତା ରାଜ୍ୟର ରାକେଶ ବିଶ୍ୱାସ ନାମକ ଯୁବକ ବିନା ଡାକ୍ତରୀ ପଢ଼ାରେ ସ୍ୱାସ୍ଥ୍ୟ ସେବା କରୁଥିବା ଦେଖୁବାକୁ ମିଳିଥିଲା। ଦିର୍ଘ ୫ବର୍ଷ ହେବ ଏହି ନକଲି ଡାକ୍ତର ଜଣଙ୍କ ଲୋକଙ୍କୁ ଚିକିତ୍ସା କରୁଥିଲେ।  ନିଜେ ଔଷଧ ଠାରୁ ଆରମ୍ଭ କରି ଇଞ୍ଜେକ୍ସନ  ମଧ୍ୟ ଦେଉଥିଲେ।

ଏହି ଖବର ସାଧାରଣରେ ପ୍ରଚାର ହେବାପରେ କଙ୍କଡାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରାଙ୍କ ନେତୃତ୍ୱରେ ଏକ ଟିମ ସେହି ନିର୍ଦ୍ଦିଷ୍ଟ କ୍ଲିନିକକୁ ଯାଇ ନକଲି ଡାକ୍ତର ଜଣକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ତେବେ ଅନ୍ୟ ଜଣେ ରୋଡ଼ଙ୍ଗ ଗାଁରେ ମଧ୍ୟ  ନକଲି ଡାକ୍ତର ଭାବେ ସ୍ୱାସ୍ଥ୍ୟ ସେବା କରୁଥିବା ପୋଲିସ ଖବର ପାଇ କ୍ଲିନିକ ପାଖରେ ପହଁଚିଲା ବେଳକୁ ନକଲି ଡାକ୍ତର ବାବୁ ଫେରାର ହେଇ ଯାଇଛନ୍ତି। ଏ ସଂକ୍ରାନ୍ତରେ କଙ୍କଡାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରା କହିଛନ୍ତି ଅଟକ ଥିବା ଯୁବକ କେଉଁ ଆଧାରରେ କ୍ଲିନିକ କରି ସ୍ୱାସ୍ଥ୍ୟ ସେବା କରୁଛନ୍ତି ଏହାର ସମସ୍ତ ତଥ୍ୟ ମଗାଯାଇଛି।  ତଥ୍ୟ ଆସିଲା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ l

ad-week
Leave A Reply

Your email address will not be published.