ଅର୍ଥ ହେର୍‌ଫେର୍‌ ମାମଲାରେ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ୪ଟା ମାମଲା ରୁଜୁ

add-all

ajar

ପାଖେଇ ଆସୁଛି ତେଲେଙ୍ଗାନା ବିଧାନସଭା ନିର୍ବାଚନ। ତେବେ ନିର୍ବାଚନର ସପ୍ତାହ ପୁର୍ବରୁ ଫସିଛନ୍ତି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ। ତାଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ। ଅର୍ଥ ହେର୍‌ଫେର୍‌ ମାମଲାରେ ତାଙ୍କ ନାଁରେ ୪ଟା ମାମଲା ରୁଜୁ ହୋଇଛି।

ନଭେମ୍ବର ୩୦ରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଅଝାରୁଦ୍ଦିନ୍‌ ତେଲେଙ୍ଗାନର ଜୁବିଲି ହିଲ୍ସ ନିର୍ବାଚନ ମଣ୍ଡଳୀରୁ କରୁଛନ୍ତି। ‘ହାଇଦ୍ରାବାଦ କ୍ରିକେଟ୍‌ ଆସୋସିଏସନ୍‌’ରେ (HCA) ଅଧ୍ୟକ୍ଷତା କରୁଥିବା ବେଳେ ଅର୍ଥ ହେରଫେର୍‌ କରିଛନ୍ତି ବୋଲି ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଅଝାର୍‌ଙ୍କ ସମେତ ପୁଲିସ ଏଚ୍‌ସିଏର ବିଭିନ୍ନ କର୍ମକର୍ତ୍ତା ଓ ପୂର୍ବତନ ସଦସ୍ୟଙ୍କ ନାଁରେ ରଚାକୋଣ୍ଡା ପୁଲିସ ୪ଟି ମାମଲା ରୁଜୁ କରିଛି।

ତେବେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ପ୍ରାର୍ଥୀପତ୍ର ଦାଖଲ କରିବାକୁ ପ୍ରସ୍ତୁତି ହେଉଥିବାରୁ ଉପରୋକ୍ତ ମାମଲାରେ ଜାମିନ ପାଇବା ଲାଗି ମାଲ୍‌କାଜଗିରି ଅଦାଲତରେ ଆବେଦନ କରିଛନ୍ତି ଆଝାରୁଦ୍ଦିନ।

ସୂଚନା ମୁତାବକ, ଗତମାସରେ ଆଝାରୁଦ୍ଦିନଙ୍କ ବିରୋଧରେ ଅର୍ଥ ହେର୍‌ଫେର୍‌ ମାମଲା ରୁଜୁ ହୋଇଥିଲା। ଏହାପରେ ଆଝାରୁଦ୍ଦିନ ତାଙ୍କ ଭାବମୂର୍ତ୍ତି ବିଗାଡିବା ପାଇଁ ବିରୋଧୀ ପ୍ରତିଦ୍ୱନ୍ଦ୍ୱିମାନେ ଏଭଳି ଷଡଯନ୍ତ୍ର ରଚିଛନ୍ତି। ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ବୋଲି ସେ କହିଥିଲେ।  ମୋର କୌଣସି ପ୍ରକାରରେ ଏ ସବୁ ଅଭିଯୋଗରେ ସମ୍ପୃକ୍ତ ନୁହେଁ। ଠିକଣା ସମୟରେ ମୁଁ ଏହି ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗର ଜବାବ ଦେବି। ମୋ ଭାବମୂର୍ତ୍ତି ନଷ୍ଟ କରିବା ଲାଗି ଏହା ହେଉଛି ଚକ୍ରାନ୍ତ। ଆମେ ଅଟଳ ରହି ଏହା ବିରୋଧରେ ଲଢ଼େଇ କରିବୁ ବୋଲି ଏହି କଂଗ୍ରେସ ନେତା ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି କହିଛନ୍ତି।

ad-week
Leave A Reply

Your email address will not be published.