ନିଆଁରେ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି…

add-all

fire

ସୁନ୍ଦରଗଡ଼: ନିଆଁରେ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ। ଗୁରୁତର ଅବସ୍ଥାରେ ସ୍ବାମୀ ଶିବାଜୀ ଲାକ୍ରା ଓ ସ୍ତ୍ରୀ ଅନିତା ଲାକ୍ରା ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ବଣାଇ କଲେଜ ପଛ ପାର୍ଶ୍ଵ ଏକ ଘରେ ରହୁଥିବା ଶିବାଜୀ ଲାକ୍ରା ଏବଂ ସ୍ତ୍ରୀ ଅନିତା ଲାକ୍ରା ଶିବାଜୀ ଓଏମସିରେ କାମ କରନ୍ତି। ଉଭୟ ବଣାଇ ଥାନା ଅନ୍ତର୍ଗତ ଏକ କଲୋନୀରେ ଭଡା ଘରେ ରୁହନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ରୋଷେଇ କରିବା ସମୟରେ ଅନୀତାଙ୍କ ପୋଷାକ ନିଆଁରେ ଲାଗିଯାଇଥିଲା। ତାଙ୍କ ଚିତ୍କାର ଶୁଣି ଶିବାଜୀ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ତେବେ ତାଙ୍କ ପତ୍ନୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ପୋଷାକରେ ମଧ୍ୟ ନିଆଁ ଲାଗିଯାଇଥିଲା।

ଫଳରେ ଦୁହେଁ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ବଣାଇ ଡାକ୍ତରଖାନା ଓ ପରେ ଗୁରୁତର ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନିତାଙ୍କ ଶରୀର ୮୦ ପ୍ରତିଶତ ପୋଡ଼ିହୋଇ ଯାଇଥିବା ବେଳେ ସ୍ୱାମୀଙ୍କ ହାତ ଏବଂ ଅନ୍ୟାନ୍ୟ ଅଙ୍ଗ ନିଆଁରେ ପୋଡ଼ି ହୋଇଛି। ତେବେ ଉକ୍ତ ଘଟଣାରେ ବଣାଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.