ଦିଲ୍ଲୀରେ ଭୂକମ୍ପ ଅନୁଭୂତ…

add-all

Delhi_1699269545

ଦୋହଲିଲା ଦେଶର ରାଜଧାନୀ ଦିଲ୍ଲୀ। ଏନ୍‌ସିଆର୍‌ରେ ଆଜି ପୁଣି ଥରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ତେବେ ଏଥିରେ କ’ଣ ସବୁ କ୍ଷୟକ୍ଷତି ଘଟିଛି ସେ ନେଇ କିଛି ସୂଚନା ମିଳି ନାହିଁ। ୩୦ ସେକେଣ୍ଡ ମଧ୍ୟରେ ଦିଲ୍ଲୀରେ ଦୁଇ ଥର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିବା କୁହାଯାଉଛି। ଫଳରେ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଛନ୍ତି। ନେପାଳରେ ଆଜି ପୁଣି ଥରେ ୫.୬  ତୀବ୍ରତାର ଭୂମିକମ୍ପ ଆସିବା ପରେ ଦିଲ୍ଲୀରେ କମ୍ପନ ଅନୁଭୂତ ହୋଇଛି।

କେବଳ ଦିଲ୍ଲୀ ନୁହେଁ ଉତ୍ତରପ୍ରଦେଶର ନଏଡା, ଲକ୍ଷ୍ନୈ ସମେତ ଅନେକ ଜିଲ୍ଲାରେ ତୀବ୍ର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ ନେପାଳର ଜୁମଲା ଅଞ୍ଚଳରେ ଥିବା କୁହାଯାଉଛି। ଏହା ନେପାଳ ଠାରୁ ୬ କିଲୋମିଟର ଦୂରରେ ଅବସ୍ଥିତ। ଭୂମିକମ୍ପ ଯୋଗୁ ନେପାଳ, ଭାରତ ଓ ଚୀନ୍‌ ପ୍ରଭାବିତ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି।

ପୂର୍ବରୁ ନଭେମ୍ବର ୩ ତାରିଖରେ ଦିଲ୍ଲୀ ଏନ୍‌ସିଆର୍‌ ସମେତ ଦେଶର ଅନେକ ଅଞ୍ଚଳରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟଭୀତ ହୋଇ ପଡିଥିଲେ। ଘରୁ ବାହାରକୁ ବାହାରି ଆସିଥିଲେ।

ସେହିପରି ଶୁକ୍ରବାର ନେପାଳରେ ୬.୪ ତୀବ୍ରତାର ହୋଇଥିବା ଭୂମିକମ୍ପରେ ଜାଜରକୋଟ ଓ ରୁକୁମ ପଶ୍ଚିମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପାଖାପଖି ୧୫୦ରୁ ଅଧିକ ଲୋଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଜଣ ଆହତ ହୋଇଥିଲେ।

ad-week
Leave A Reply

Your email address will not be published.