ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ଆମେରିକାର ବିଦେଶ ମନ୍ତ୍ରୀ ବିଦେଶ By nisarta Last updated Nov 7, 2023 125 0 ୱେଷ୍ଟ୍ ବ୍ୟାଙ୍କ: ଆମେରିକାର ବିଦେଶ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କେନ ଆଜି ଅଚାନକ ଇସ୍ରାଏଲ ଅଧିକୃତ ୱେଷ୍ଟ୍ ବ୍ୟାଙ୍କ ଗସ୍ତ କରି ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କୁ ଭେଟିଛନ୍ତି। ପାଲେଷ୍ଟାଇନକୁ ନେଇ ଆମେରିକାର ଆଭିମୁଖ୍ୟରେ ହଠାତ୍ ଏଭଳି ପରିବର୍ତ୍ତନ ସମସ୍ତଙ୍କୁ ବିସ୍ମିତ କରିଛି। ଆମେରିକା ଓ ପାଲେଷ୍ଟାଇନର ବରିଷ୍ଠ କୂଟନୀତିଜ୍ଞଙ୍କ ଗହଣରେ ବ୍ଲିଙ୍କେନ ଏବଂ ଅବ୍ବାସ ଆଲୋଚନା କରିଥିବାରୁ ଯୁଦ୍ଧବିରତି ସମ୍ଭବନା ବୃଦ୍ଧିପାଇଛି। ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ବ ହେବାପରେ ବ୍ଲିଙ୍କେନ ଦୁଇ ଥର ପାଲେଷ୍ଟାଇନ ଗସ୍ତ କରିଥିଲେ, କିନ୍ତୁ ୱେଷ୍ଟ୍ ବ୍ୟାଙ୍କ ଯାଇନଥିଲେ। ଆଜି ବ୍ଲିଙ୍କେନଙ୍କ ଗସ୍ତକୁ ଆରବ ରାଷ୍ଟ୍ରମାନେ ସ୍ବାଗତ କରିଥିବା ବେଳେ ଖୁବ୍ଶୀଘ୍ର ଯୁଦ୍ଧକୁ ନେଇ କିଛି ବଡ଼ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି। Post navigation 0 125 Share
ୱେଷ୍ଟ୍ ବ୍ୟାଙ୍କ: ଆମେରିକାର ବିଦେଶ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କେନ ଆଜି ଅଚାନକ ଇସ୍ରାଏଲ ଅଧିକୃତ ୱେଷ୍ଟ୍ ବ୍ୟାଙ୍କ ଗସ୍ତ କରି ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କୁ ଭେଟିଛନ୍ତି। ପାଲେଷ୍ଟାଇନକୁ ନେଇ ଆମେରିକାର ଆଭିମୁଖ୍ୟରେ ହଠାତ୍ ଏଭଳି ପରିବର୍ତ୍ତନ ସମସ୍ତଙ୍କୁ ବିସ୍ମିତ କରିଛି। ଆମେରିକା ଓ ପାଲେଷ୍ଟାଇନର ବରିଷ୍ଠ କୂଟନୀତିଜ୍ଞଙ୍କ ଗହଣରେ ବ୍ଲିଙ୍କେନ ଏବଂ ଅବ୍ବାସ ଆଲୋଚନା କରିଥିବାରୁ ଯୁଦ୍ଧବିରତି ସମ୍ଭବନା ବୃଦ୍ଧିପାଇଛି। ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ବ ହେବାପରେ ବ୍ଲିଙ୍କେନ ଦୁଇ ଥର ପାଲେଷ୍ଟାଇନ ଗସ୍ତ କରିଥିଲେ, କିନ୍ତୁ ୱେଷ୍ଟ୍ ବ୍ୟାଙ୍କ ଯାଇନଥିଲେ। ଆଜି ବ୍ଲିଙ୍କେନଙ୍କ ଗସ୍ତକୁ ଆରବ ରାଷ୍ଟ୍ରମାନେ ସ୍ବାଗତ କରିଥିବା ବେଳେ ଖୁବ୍ଶୀଘ୍ର ଯୁଦ୍ଧକୁ ନେଇ କିଛି ବଡ଼ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି। Post navigation