ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ବିବାଦ, ହାଜର ହେଲେ ସୋମାଲିକା…

Independence

soom

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ବିବାଦ ନେଇ କଟକ ସଵ ରେଜିଷ୍ଟ୍ରାରଙ୍କ କୋର୍ଟରେ ହାଜର ହେଲେ ବାନ୍ଧବୀ ସୋମାଲିକା। ଅଭିଯୋଗକାରିଣୀ ସୋମାଲିକା ନୋଟିସ ପାଇ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ପହଞ୍ଚିଛନ୍ତି ।

କିନ୍ତୁ ବିବାହ ପାଇଁ ଆବେଦନ କରିଥିବା ବିଜୟ ଶଙ୍କର ଦାସ କିମ୍ବା ବିବାହ ପାଇଁ ଆବେଦନ କରିଥିବା ଯୁବତୀ ଏ ଯାଏଁ ପହଁଚି ନାହାଁନ୍ତି। ସୋମାଲିକା ଏହି ବିବାହକୁ କାହିଁକି ପ୍ରତିବାଦ କରୁଛନ୍ତି ଓ ତାଙ୍କ ନିକଟରେ କଣ ପ୍ରମାଣ ରହିଛି ସେ ନେଇ ଏକାଧିକ ପ୍ରଶ୍ନ କରିଛନ୍ତି ବିବାହ ପଞ୍ଜିକରଣ ଅଧିକାରୀ।

ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ସେପ୍ଟେମ୍ବର ୨୧ରେ କଟକ ସବରେଜିଷ୍ଟ୍ରାରଙ୍କ ନିକଟରେ ବିଜୟ ଶଙ୍କର ଆବେଦନ କରିଛନ୍ତି। ନ୍ୟାୟ ନ ମିଳିବା ଯାଏ ବିଜୟଙ୍କ ବାହାଘର ବନ୍ଦ ରହୁ ବୋଲି ସୋମାଲିକା କହିଛନ୍ତି। ବିଧାୟକ ହୋଇ ବିଜୟ ଶଙ୍କର ଭୁଲ ତଥ୍ଯ ଦେଉଥିବା ସେ ଅଭିଯୋଗ ଆଣିଛନ୍ତି।

ad-week
Leave A Reply

Your email address will not be published.