ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ

add-all

ew

ଭୁବନେଶ୍ୱର : ଘରୁ ମିଳିଲା ବିଡ଼ା ବିଡ଼ା ନୋଟ୍। ଜବତ ହୋଇଛି ୨ ଲକ୍ଷ ୧୬ ହଜାର ଟଙ୍କା ନଗଦ କ୍ୟାସ । ୬୫ ଲକ୍ଷର EPF ରେ ଜମା ରାଶି ରହିଛି। ୨ଟି ବାଇକ ଓ କାର ମଧ୍ୟ ଜବତ କରିଛି ଭିଜିଲାନ୍ସ। ବାବୁଙ୍କ ସଉକ ଥିଲା ରାସ୍ତା ସାଇଡ ଜମି କିଣିବା ଓ ବଡ ବଡ ଘର କରିବା। ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ। ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ଘରେ ରେଡ୍।

ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ। ଭୁବନେଶ୍ବର ଅଫିସ ସମେତ ୪ଟି ସ୍ଥାନରେ ରେଡ୍ କରାଯାଉଛି। ଭୁବନେଶ୍ବର VSS ନଗର ଓ ରୁଦ୍ରପୁରରେ ରହିଛି କୋଠା। ଉନ୍ନତି ଭବନରେ ଥିବା EIC ଙ୍କ ଅଫିସ ଭିତରେ ବି ଚାଲିଛି ରେଡ଼ । ଭଦ୍ରକ ମଠସାହିସ୍ଥିତ ଘର ଓ ପୈତୃକ ଗାଁ ତୋରଣପଡ଼ା ଘରେ ମଧ୍ୟ ଚଢାଉ ଚାଲିଛି। ଚଢ଼ାଉରେ ୭ DSP, ୫ ଇନସ୍ପେକ୍ଟର ଓ ୮ ASI ସାମିଲ ଅଛନ୍ତି। ଭୁବନେଶ୍ୱର ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ ଚାଲିଛି।

ad-week
Leave A Reply

Your email address will not be published.