ବିଚ୍‌ ରାସ୍ତାରେ ପରିବହନ ମନ୍ତ୍ରୀଙ୍କ ଠାରୁ ଲୁଟ୍‌…

add-all

fsr

ବିଚ୍‌ ରାସ୍ତାରେ ମହିଳା ମନ୍ତ୍ରୀଙ୍କ ଠାରୁ ଲୁଟ୍‌। ରାସ୍ତା ମଝିରେ ବନ୍ଧୁକ ଦେଖାଇ ପରିବହନ ମନ୍ତ୍ରୀଙ୍କ ଠାରୁ ଲୁଟି ନେଲେ ତାଙ୍କ ବ୍ୟକ୍ତିଗତ ଜିନିଷ। କେବଳ ସେତିକି ନୁହେଁ ତାଙ୍କ ବଡିଗାର୍ଡଙ୍କ ଠାରୁ ବନ୍ଧୁକ ମଧ୍ୟ ଛଡାଇ ନେଲେ। ଦକ୍ଷିଣ ଆଫ୍ରିକାର ଜୋହାନ୍‌ସବର୍ଗରେ ଘଟିଛି ଏଭଳି କିଛି ଘଟଣା।

ସୋମାବାର ଦିନ କୌଣସି କାମରେ ଜୋହାନ୍‌ସବର୍ଗର ପରିବହନ ମନ୍ତ୍ରୀ ସିନ୍ଦିସିବେ ଚିକୁଙ୍ଗା ଯାଉଥିଲେ। ଏହି ସମୟରେ ରାସ୍ତା ମଝିରେ ତାଙ୍କ ଗାଡି ପଞ୍ଚର୍‌ ହୋଇଯାଇଥିଲା। ତେବେ ରାସ୍ତାରେ ଗାଡି ଅଟାଇକ ଟାୟର ବଦଳାଉଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ତାଙ୍କ ଠାରୁ ଲୁଟ୍‌ କରିଥିବା ମଙ୍ଗଳବାର ପୁଲିସ ସୂଚନା ଦେଇଛି।

ତିନି ଜଣ ଦୁର୍ବୃତ୍ତ ପ୍ରଥମେ ବନ୍ଧୁକ ଦେଖାଇ ମନ୍ତ୍ରୀଙ୍କ ବଡିଗାର୍ଡଙ୍କ ଠାରୁ ସେମାନଙ୍କ ପିସ୍ତଲ ଛଡାଇ ନେଇଥିଲେ। ଏହାପରେ ସେମାନଙ୍କୁ ତଳେ ଶୋଇବାକୁ କହିଥିଲେ। ପରେ ମନ୍ତ୍ରୀଙ୍କ ଠାରୁ ଦୁର୍ବୃତ୍ତମାନେ ତାଙ୍କ ବ୍ୟକ୍ତିଗତ ଜିନିଷ ଲୁଟି ନେଇ ଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଅଧିକାରୀ ଆଥଲେଣ୍ଡା ମାଥେ କହିଛନ୍ତି ଯେ, ଏହି ଅପ୍ରତ୍ୟାଶିତ ଘଟଣା ପରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି। ଏହି ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ମନକୁ ବିଚଳିତ କରିଲା ଭଳି ଥିଲା। ଏହା ବେଶ୍‌ ଖରାପ ଅନୁଭୂତି ଥିଲା ବୋଲି ମଙ୍ଗଳବାର ଦିନ ସଂସଦୀୟ ସମ୍ବୋଧନ ପରେ ସେ ସାଂସଦମାନଙ୍କୁ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ‘ଯେତେବେଳେ ମୁଁ ଅନୁଭବ କଲି ଯେ କିଛି ଭୁଲ ଅଛି, ମୁଁ ଫୋନ୍‌ କରିବାକୁ ଚେଷ୍ଟା କଲି। କିନ୍ତୁ ମୁଁ କିଛି କରିବା ପୂର୍ବରୁ ସେମାନେ କାରର କବାଟ ଖୋଲି ବନ୍ଧୁକକୁ ମୋ ମୁଣ୍ଡରେ ଦେଖାଇ ମୋତେ ବାହାରକୁ ଆସିବାକୁ କହିଥିଲେ।’ ଚିକୁଙ୍ଗା କାରର ଟାୟାର ପଞ୍ଚର ହେବା ପଛରେ ମଧ୍ୟ ସେହି ବନ୍ଧୁକଧାରୀ ଲୁଟେରାଙ୍କ ହାତ ଥିବା କୁହାଯାଉଛି। ଜୋହାନ୍ସବର୍ଗର ଡକାୟତମାନେ ପ୍ରାୟତଃ ଏହି କୌଶଳ ଆପଣାଇଥାନ୍ତି ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.