ଆଉ କେତେ ତଳକୁ ଖସିବ; ନୀତୀଶଙ୍କ ବୟାନକୁ ନେଇ ଏଭଳି କହିଲେ ପ୍ରଧାନମନ୍ତ୍ରୀ

add-all

modi

ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ନାରୀଶିକ୍ଷା ଉପରେ ଗୁରୁତ୍ବାରୋପ କରି ମଙ୍ଗଳବାର ଦିନ ବିଧାନସଭାରେ କହିବା ବେଳେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଖୁବ୍‌ ଅରୁଚିକର କଥା କହିପକାଇଥିଲେ। ସଙ୍ଗମ ସମୟରେ ଜଣେ ଶିକ୍ଷିତା ନାରୀ କିଭଳି ପୁରୁଷକୁ ପ୍ରତିରୋଧ କରିପାରିବ ସେ ବିଷୟରେ କୁମାର ବିଧାନସଭାରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ। ହେଲେ ଯେଉଁ ଉଦାହରଣ ଦେଇ ସେ ଏହାକୁ ବୁଝାଇଥିଲେ, ତାହା କାହାକୁ ବି ପସନ୍ଦ ଆସିନଥିଲା । ଏଭଳି ଅରୁଚିକର କଥା ପାଇଁ ବିବାଦ ଘେରକୁ ଆସିଥିବା ନୀତୀଶ କୁମାରଙ୍କୁ ଏବେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମଧ୍ୟପ୍ରଦେଶର ଗୁନାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ମହିଳାଙ୍କ ବିରୋଧରେ ଏପରି ବିବୃତି ଦେଶକୁ ଅପମାନିତ କରିଛି। ଗତକାଲି ବିହାର ବିଧାନସଭା ଭିତରେ ଜଣେ ବଡ଼ ନେତା ମହିଳାମାନଙ୍କ ପାଇଁ ଅଶ୍ଳୀଳ ଭାଷା ବ୍ୟବହାର କରିଥିଲେ । ସେମାନଙ୍କୁ ଲାଜ ଲାଗୁ ନାହିଁ। I.N.D.I.A ‌ମେଣ୍ଟର କୌଣସି ନେତା ଏହାର ବିରୋଧ କରିନାହାନ୍ତି। ମହିଳାମାନଙ୍କ ବିରୋଧରେ ଏଭଳି ଭାବୁଥିବା ଲୋକେ ଆପଣଙ୍କ ପାଇଁ କିଛି ଭଲ କରିପାରିବେ କି?” ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, “ଆମର ମା’ ଏବଂ ଭଉଣୀମାନଙ୍କ ପ୍ରତି ଏଭଳି ଖରାପ ମନୋଭାବ ରଖି ସେମାନେ ଆମ ଦେଶକୁ ଅପମାନିତ କରୁଛନ୍ତି। ଆପଣ ଆଉ କେତେ ତଳକୁ ଖସିବେ ? ” ତେବେ ନିଜର ଅରୁଚିକର କଥା ପାଇଁ ନୀତୀଶ କ୍ଷମା ମାଗି ସାରିଥିଲେ ବି ବିରୋଧୀମାନେ ଟାର୍ଗେଟ କରିଚାଲିଛନ୍ତି।

ad-week
Leave A Reply

Your email address will not be published.