ଇସ୍ରାଏଲ-ହମାସ ଯୁଦ୍ଧ: ୮୯ ଜାତିସଂଘ କର୍ମଚାରୀ ନିହତ…

add-all

fshfhsffhfh-750x430

ଗାଜା: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୀଷଣ ହେଉଥିବା ବେଳେ ଗତ ମାସକ ମଧ୍ୟରେ ୮୯ ଜଣ ଜାତିସଂଘ କର୍ମଚାରୀ ଏଥିରେ ପ୍ରାଣ ହରାଇଲେଣି। ଇସ୍ରାଏଲ ବେପରୁଆ ଯୁଦ୍ଧନୀତି ପାଇଁ ଏଭଳି ସ୍ଥିତି ଆସି ଆସିଛି ବୋଲି ଜାତିସଂଘ ମୁଖ୍ୟ ଏଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି। ଜାତିସଂଘ ଇତିହାସରେ କୌଣସି ଅନ୍ତର୍ଜାତୀୟ ବିବାଦରେ ଏତେସଂଖ୍ୟକ କର୍ମଚାରୀ ନିହତ ହେବା ପ୍ରଥମ ଘଟଣା। ଗାଜା ସହରରୁ ୧୫ ଲକ୍ଷ ଲୋକ ଏହି ଯୁଦ୍ଧ ପାଇଁ ବିସ୍ଥାପିତ ହୋଇଥିବା ବେଳେ ସମଗ୍ର ସହର ବୋମା ଓ କ୍ଷେପଣାସ୍ତ୍ର ମାଡ଼ରେ ଛାରଖାର ହୋଇଯାଇଛି। ଜାତିସଂଘ ପରିଚାଳିତ ରିଲିଫ୍ ଶିବିର ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ।
ଜାତିସଂଘର ବିଭିନ୍ନ ରିଲିଫ୍ କେନ୍ଦ୍ରରେ ଏବେ ଗାଜାର ୭ ଲକ୍ଷ ୨୫ ହଜାର ଲୋକ ଆଶ୍ରୟ ନେଇଛନ୍ତି। ୧୪୯ଟି ରିଲିଫ୍ ପ୍ରତିଷ୍ଠାନରେ ଏହି ଲୋକଙ୍କୁ ରଖାଯାଇଥିବା ବେଳେ ସେଥିରୁ ୨ଟି ସବୁଠାରୁ ବଡ଼ ରିଲିଫ୍ ସେଣ୍ଟର ଉପରେ ଇସ୍ରାଏଲ ପ୍ରଚଣ୍ଡ ଆକ୍ରମଣ କରିଛି। ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଉଥିବା ଜାତିସଂଘ କର୍ମଚାରୀମାନେ ମଧ ବୋମାମାଡ଼ର ଶିକାର ହୋଇ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଆତଙ୍କବାଦୀ ସଂଗଠନ ହମାସ ପ୍ରତି ଜାତିସଂଘ ଦରଦ ଦେଖାଉଛି ଏବଂ ଏହାର ପକ୍ଷପାତପୂର୍ଣ୍ଣ ନୀତି ପାଇଁ ଗାଜାରେ ସମସ୍ୟା ବଢ଼ିଛି ବୋଲି ଇସ୍ରାଏଲ କହିଛି।

ad-week
Leave A Reply

Your email address will not be published.