ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବଳାତ୍କାର ସହ ଛୁରା ମାଡ଼, ଅବସ୍ଥା ଗୁରୁତର…

add-all

minor_rape-sixteen_nine

ନୟାଗଡ଼ : ମାନସିକ ବିକୃତ ମହିଳାଙ୍କୁ ବି ଛାଡ଼ିଲେନି ଯୌନ ରାକ୍ଷସ । ରାତିରେ ଏକୁଟିଆ ପାଇ ନିଜ ଯୌନ ଲାଳସା ଚରିତାର୍ଥ କଲେ। ଆଉ ବଳାତ୍କାର ପରେ ସମ୍ପୃକ୍ତ ପୀଡ଼ିତାଙ୍କୁ ଛୁରା ମାଡ଼ କରିବାକୁ ବି ପଛାଇଲେ ନାହିଁ। ଏପରି ଏକ ଲଜ୍ଜାଜନକ ଘଟଣା ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡା ଗାଁରେ ଘଟିଛି।
ବାଉଁଶିଆପଡା ଗାଁର ଜଣେ ସ୍ୱାମୀ ପରିତ୍ୟକ୍ତା ଏବଂ ମାନସିକ ବିକାରଗ୍ରସ୍ତ ମହିଳା ଗତକାଲି ରାତିରେ ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଶୋଇଥିଲେ। ଏହାଦେଖି ଗାଁର ପାଣ୍ଡା ନାମକ ଜଣେ ନିଶାଗ୍ରସ୍ତ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ସହ ଛୁରି ମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ l
ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଜଣକ ପଡିଥିବା ଦେଖି ପରିବାର ଲୋକ ତାଙ୍କୁ ନୟାଗଡ ମେଡିକାଲରେ ଭର୍ତ୍ତି କରିଥିଲେ। ପାଣ୍ଡା ଏହି କାଣ୍ଡ କରିଥିବା ପୀଡ଼ିତା ପରିବାର ଲୋକଙ୍କୁ କହିଛନ୍ତି ।
ଇଟାମାଟି ଥାନା ଅଧିକାରୀ ମେଡିକାଲକୁ ଆସି ପୀଡିତା ଏବଂ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଜଣେ ଯୁବକ ନା ଅଧିକ ଲୋକ ଏଥିରେ ସମ୍ପୃକ୍ତ ଅଛନ୍ତି ତାହା ଏବେ ସ୍ପଷ୍ଟ ହୋଇ ପାରିନି।

ad-week
Leave A Reply

Your email address will not be published.