ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ଠେଲାପେଲା, ୧୦ରୁ ଅଧିକ ହବିଷ୍ୟାଳୀ ଆହତ…

add-all

puri-3

ପୁରୀ : ପୁରୀ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ଠେଲାପେଲା। ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା। ୧୦ରୁ ଅଧିକ ହବିଷ୍ୟାଳୀ ଆହତ । ବଗଲା ଧର୍ମଶାଳା ସରକାରୀ ହବିଷ୍ଯାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ଯାଳୀଙ୍କ ଗୋଡରେ ଲାଗିଛି ଶକ୍ତ ଆଘାତ। ଆହତ ହବିଷ୍ୟାଳୀଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ଦର୍ଶନ ସମୟରେ ପ୍ରବଳ ଗହଳି ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହେଉଛି।

ମଙ୍ଗଳାଳତୀ ପରେ ସିଂହଦ୍ୱାର ବେରିକେଡ ଖୋଲାଯିବା ସମୟରେ ହବିଷ୍ଯାଳୀଙ୍କୁ ଏକକାଳୀନ ମନ୍ଦିରକୁ ଛଡାଯାଇଥିଲା। ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା। ସୁରକ୍ଷା କର୍ମୀମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ପ୍ରାଥମିକ ଚିକତ୍ସା ପରେ ଆହତମାନେ ସୁସ୍ଥ ହୋଇଛନ୍ତି ।

ad-week
Leave A Reply

Your email address will not be published.