ଅଁଳା ନବମୀ ପାଇଁ ପ୍ରସ୍ତୁତି ବୈଠକ…

add-all

radha-pada-darshan

ପୁରୀ: ଅଁଳା ନବମୀ ପାଇଁ ପ୍ରସ୍ତୁତି । ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ପବିତ୍ର ଅଁଳା ନବମୀ ପାଇଁ ସାକ୍ଷୀଗୋପୀନାଥଙ୍କ ମା’ ରାଧାରାଣୀଙ୍କ ପାଦ ଦର୍ଶନ ଆସନ୍ତା ନଭେମ୍ୱର ୨୧ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ସାକ୍ଷୀଗୋପାଳ ପାନ୍ଥଶାଳା ପରିସରରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପୁରୀ ଉପ ଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ପ୍ରତିନିଧି ଯୋଗଦେଇଥିଲେ ।

ଏହି ଦିନ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଅନୁଷ୍ଠିତ ହୋଇଥାଏ। ବେଶ ସମୟରେ ଠାକୁରାଣୀ କାଣିଆକଛା ମାରନ୍ତି, ଫଳରେ ବର୍ଷସାରା ଶାଢ଼ିରେ ଆବୃତ ହୋଇ ରହିଥିବା ଠାକୁରାଣୀଙ୍କ ପାଦପଦ୍ମକୁ ଭକ୍ତମାନେ ଦର୍ଶନ କରିଥାନ୍ତି । ଏହି ଦିନ ଗୋପାଳଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇ ମସ୍ତକରେ ସ୍ୱର୍ଣ୍ଣ କିରୀଟ, ହାତରେ ସୁବର୍ଣ୍ଣ ବଂଶୀ ସାଙ୍ଗକୁ ନଟବର ବେଶରେ ଏବଂ ରାଧାଙ୍କୁ ଖଣ୍ଡୁଆ ପାଟବସ୍ତ୍ର ସହ କିରୀଟ, ପାଉଁଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି, ସେବତୀ ହାର, ନୋଥ, ଗୁଣା ଏବଂ ଅଁଳା ହାର ଲାଗି କରାଯାଏ । ଏହି ଦିନ ମା’ଙ୍କ ପାଦ ଦର୍ଶନ କଲେ ଅନନ୍ତ ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି।

ad-week
Leave A Reply

Your email address will not be published.