ରାଜଧାନୀରେ ଖୋଲିଲା ସିନୋପସିସ୍‌ର ଚିପ୍‌‌ ଡିଜାଇନ୍‌‌ କେନ୍ଦ୍ର, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…

add-all

Screenshot-2023-11-10-171328-750x430-1

ଭୁବନେଶ୍ବର: ଇଲେକ୍ଟୋନିକ୍ସ ଡିଜାଇନ୍‌‌ ଏବଂ ଅଟୋମେସନ୍‌‌ (ଇଡିଏ) କ୍ଷେତ୍ରରେ ବିଶ୍ୱରେ ଆଧିପତ୍ୟ ବିସ୍ତା କରିଥିବା ସିନୋପସିସ୍‌‌ ଭୁବନେଶ୍ୱରରେ ଏକ ଡିଜାଇନ୍‌‌ ସେଣ୍ଟର ଖୋଲିଛି। ଆଜି ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବ ଭାରତରେ ସିନୋପସିସର ଏହା ପ୍ରଥମ ବୈଷୟିକ କେନ୍ଦ୍ର। ଏହାଦ୍ବାରା ଓଡ଼ିଶାରେ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ ଚିପ୍ ଡିଜାଇନ ଇକୋସିଷ୍ଟମ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଉଚ୍ଚସ୍ତରୀୟ ନିଯୁକ୍ତି ସୃଷ୍ଟି ହୋଇପାରିବ। ରାଜ୍ୟରେ ସେମିକଣ୍ଡକ୍ଟର ଡିଜାଇନ, ଗବେଷଣା ଓ ବିକାଶ କ୍ଷେତ୍ରରେ ସଶକ୍ତ ହୋଇପାରିବ।

ଏହି ବୈଷୟିକ ଗବେଷଣା ଓ ବିକାଶ କେନ୍ଦ୍ରରେ ୩୦୦ରୁ ଊର୍ଦ୍ଧ୍ଵ ଦକ୍ଷତା ସମ୍ପର୍ଣ୍ଣ ଡିଜାଇନ୍ ଇଞ୍ଜିନିୟର କାର୍ଯ୍ୟ କରିବା ପାଇଁ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି। ଏହି କର୍ମବଳ ମଧ୍ୟରେ ହାର୍ଡୱେର ଆନାଲିଟିକ୍ସ ଆଣ୍ଡ ଟେଷ୍ଟ, ହାର୍ଡୱେର ଡେଭଲପମେଣ୍ଟ ଗ୍ରୁପ୍‌‌, ଏଚ୍‌‌ଡିଜି ଆନାଲଗ୍‌‌, ଏଚ୍‌‌ଡିଜି ଡିଜାଇନ୍‌‌ ଆଦି ବିଶେଷଜ୍ଞ ରହିବେ। ତେବେ ଆଜି ସିନୋପସିସ୍‌ର ଡିଜାଇନ ଆଣ୍ଡ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଶ୍ବର ଅନ୍ୟତମ ଅତ୍ୟାଧୁନିକ ଚିପ୍ ଡିଜାଇନ ଟେକ୍ନୋଲୋଜି କମ୍ପାନୀ ସିନୋପସିସ ଭୁବନେଶ୍ବରରେ ଏହାର କେନ୍ଦ୍ର ସ୍ଥାପନ କରିଥିବାରୁ ମୁଁ ଆନନ୍ଦିତ। ଏହାଦ୍ବାରା ଓଡ଼ିଶାରେ ଏକ ବୃହତ୍ ଇ.ଏସ୍.ଡି.ଏମ୍. ଇକୋସିଷ୍ଟମର ବିକାଶ ଘଟିବା ସହ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ଓଡ଼ିଶାରେ ଇଲେକ୍ଟ୍ରୋନିକ ଚିପ ଡିଜାଇନ ଅଟୋମେସନ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ଦେବ। ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ବ ସ୍ତରରେ ସିନୋପସିସ୍ ଅଗ୍ରଣୀ କମ୍ପାନୀ ଭାବେ ସୁପରିଚିତ। ଲଜିକ୍ ସିନ୍ଥେସିସ ଏବଂ ଏକୀକୃତ ସର୍କିଟର ଭୌତିକ ଡିଜାଇନ୍ ପାଇଁ ଉପକରଣ, ବିକାଶ ପାଇଁ ସିମୁଲେଟର ଏବଂ ଡିବଗିଂ ପରିବେଶ ଏହାର ଉତ୍ପାଦଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ, ଯାହା ଚିପ୍ସ ଏବଂ କମ୍ପ୍ୟୁଟର ସିଷ୍ଟମ ଡିଜାଇନ୍ର ସାହାଯ୍ୟ କରେ। ଉଦଘାଟନୀ ଉତ୍ସବରେ ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତ ବେହେରା, ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍, ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ସ୍ବତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ସିନୋପସିସର ଉପସଭାପତି ଶିବାନନ୍ଦ କୋଟେଶ୍ବର, ବରିଷ୍ଠ ଉପସଭାପତି ଅମିତ ସାନହଗନି ଏବଂ ସ୍ଥାନୀୟ ଗ୍ରୁପ ଡାଇରେକ୍ଟର ରଶ୍ମି ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.