ପତ୍ନୀଙ୍କୁ ଭେଟିବାକୁ ଜେଲରୁ ଆସିବେ ମନୀଷ ସିସୋଦିଆ…

IMAGE_1699611116

ଜେଲରୁ ଆସିବେ ମନୀଷ ସିସୋଦିଆ। ପତ୍ନୀ ଅସୁସ୍ଥ ଥିବାରୁ ତାଙ୍କୁ ଭେଟିବାକୁ ଜେଲରୁ ଆସିବେ ଆପ୍ ନେତା ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସର୍ତ୍ତ ରଖି ସିସୋଦିଆଙ୍କୁ ଛଅ ଘଣ୍ଟାର ସମୟ ଦେଇଛନ୍ତି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ।

ସୂଚନା ଅନୁଯାୟୀ, ସିସୋଦିଆଙ୍କୁ ଆସନ୍ତାକାଲି ସକାଳ 10ଟାରୁ 4 ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ଛଅ ଘଣ୍ଟା ମଧ୍ୟରେ ସେ କେବଳ ତାଙ୍କ ଅସୁସ୍ଥ ପତ୍ନୀଙ୍କ ସହ ସାକ୍ଷାତ କରିପାରିବେ। କିନ୍ତୁ ଏହି ସମୟ ମଧ୍ୟରେ ଗଣମାଧ୍ୟମ ସହ କଥାବାର୍ତ୍ତା କରିପାରିବେ ନାହିଁ କି ରାଜନୈତିକ କାର୍ଯ୍ୟରେ  ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ଅଦାଲତ।

ଦିଲ୍ଲୀର ମଦ ନୀତିରେ ଅର୍ଥ ହେରଫେର୍ ଅଭିଯୋଗରେ ଜେଲରେ ଅଛନ୍ତି ସିସୋଦିଆ। ନିକଟରେ ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ୍ କରିଦେଇଥିଲେ।

26 ଫେବୃଆରୀରେ ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ଅଛନ୍ତି। ଏହା ପରେ ମାର୍ଚ୍ଚ 9ରେ ଉକ୍ତ ମାମଲାରେ ଆର୍ଥ ହେରଫେର ଅଭିଯୋଗରେ ଇଡି ତାଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ଉଭୟ ଏଜେନ୍ସି ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି।

ସମାନ ମାମଲାରେ ଆପର ଅନ୍ୟ ଜଣେ ନେତା ସଞ୍ଜୟ ସିଂହ ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି। ଚଳିତ ମାସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ନୋଟିସ୍ ପଠାଇଥିଲା ଇଡି। କିନ୍ତୁ ସେ ଇଡିରେ ହାଜର ହୋଇନଥିଲେ।

ad-week
Leave A Reply

Your email address will not be published.