ରାଜସ୍ଥାନରେ ୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ; ଅଭିଯୁକ୍ତ ସବ-ଇନ୍ସପେକ୍ଟର ଗିରଫ

add-all

sfen

ଜୟପୁର: ରାଜସ୍ଥାନର ଦୌସା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଶୁକ୍ରବାର ଦିନ ଜଣେ ଚାରି ବର୍ଷର ନାବାଳିକାଙ୍କୁ ପୋଲିସ୍ ସବ-ଇନ୍ସପେକ୍ଟର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସବିଶେଷ ତଥ୍ୟ ଅନୁଯାୟୀ, ଏହି ଘଟଣା ହେଉଛି ଜିଲ୍ଲାର ଲାଲସୋଟ ଅଞ୍ଚଳର। ଏନେଇ ଏସପି ରାମଚନ୍ଦ୍ର ସିଂ ନେହେରା ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସୂଚନା ଦେଇ କହିଛନ୍ତି ଯେ ଭୁପେନ୍ଦ୍ର ସିଂ ନାମକ ଅଭିଯୁକ୍ତ ସବ୍-ଇନ୍ସପେକ୍ଟର ଅପରାହ୍ନରେ ନାବାଳିକାଙ୍କୁ ତାଙ୍କ କୋଠରୀକୁ ନେଇ ଦୁଷ୍କର୍ମ କରିଛନ୍ତି। କେବଳ ସେତିକି ନୁହେଁ, ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଥିବା ମଧ୍ୟ ସେ କହିଛନ୍ତି।

ଏହି ଘଟଣା ଘଟିବା ପରେ ସ୍ଥାନୀୟ ବାସିନ୍ଦା ବହୁ ସଂଖ୍ୟାରେ ରାହୁବା ପୁଲିସ ଷ୍ଟେସନକୁ ଘେରିଯାଇ ପୁଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହାଛଡ଼ା ଭାରତୀୟ ଜନତା ପାର୍ଟି ସାଂସଦ କିରୋଡି ଲାଲ ମୀନା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କହିଛନ୍ତି ଯେ ‘‘ଲାଲସୋଟରେ ଜଣେ ପୋଲିସ୍ ଦ୍ବାରା ଜଣେ ଦଲିତ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଲୋକ ଖୁବ୍ କ୍ରୋଧରେ ଅଛନ୍ତି। ମୁଁ ନିରୀହ ଶିଶୁକୁ ନ୍ୟାୟ ପାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଶୋକ ଗେହଲୋଟ୍ ସରକାରଙ୍କ ଅକ୍ଷମତା କାରଣରୁ ପୁଲିସ୍‌ମାନେ ଏତେ ସ୍ବାଧୀନତା ପାଇଛନ୍ତି। ଅଭିଯୁକ୍ତ ଏଏସଆଇ ଭୁପେନ୍ଦ୍ର ସିଂଙ୍କୁ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ଖୁବ ଶୀଘ୍ର ତାଙ୍କୁ ଚାକିରିରୁ ବହିଷ୍କାର କରାଯିବ।

ad-week
Leave A Reply

Your email address will not be published.