ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ପାଣ୍ଡିଆନ ସାର : ପ୍ରଣବ ପ୍ରକାଶ ଦାସ

das

ନବୀନ ଓଡ଼ିଶା ଓ ଫାଇଭ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡିସାଇପଲ । ଯାହା ଜଣେ ପୁଅ କରିପାରିବ ନାହିଁ,ତାହା ଜଣେ ଡିସାଇପଲ କରିପାରିବ। ଏହା କହିଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ଓଡ଼ିଶା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁ କମିଟମେଣ୍ଟ ରହିଛି,ଯେଉଁ ଭିଜିନ ରହିଛି,ତାହାକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ନିଭାଇ ଆସିଛନ୍ତି ଭିକେ ପାଣ୍ଡିଆନ। ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଭିଜିନ ଥିଲା ତାହାକୁ କାର୍ଯ୍ୟକାରୀ କରିଛନ୍ତି ।

ଦେଢ଼ବର୍ଷ ଧରି ଲଗାତର ପୁରୀ ଯାଇ ପରିକ୍ରମା ପ୍ରକଳ୍ପ କଥା ବୁଝିଛନ୍ତି ପାଣ୍ଡିଆନ ସାର। ମୁଖ୍ୟମନ୍ତ୍ରୀଙ୍କ ଭିଜିନକୁ କାର୍ଯ୍ୟକାରୀ କରିବା ପାଇଁ ସେ ଆମକୁ ଶୋଇବାକୁ ଦେଇନାହାନ୍ତି। ମୁଖ୍ୟମନ୍ତ୍ରୀ ଏବଂ ଫାଇଭ ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇ ଏଭଳି ପ୍ରଶଂସା କରିଛନ୍ତି ପ୍ରଣବ ପ୍ରକାଶ ।

ad-week
Leave A Reply

Your email address will not be published.