ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ଜାରି କଲା ଘୋଷଣାପତ୍ର…

add-all

F-o4OUIXUAA1Wch-750x430

ଭୋପାଳ : ଆସନ୍ତା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନଭେମ୍ବର ୧୧ତାରିଖରେ ନିଜର ଇସ୍ତାହାର ଜାରି କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୁଶାଭାଉ ଠାକରେ ଅଡିଟୋରିୟମରେ ‘ମୋଦିଙ୍କ ଗ୍ୟାରେଣ୍ଟି, ବିଜେପିର ଭରସା’ ଶୀର୍ଷକ ଇସ୍ତାହାର ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ରାଜ୍ୟ ବିଜେପି ସଭାପତି ବିଷ୍ଣୁ ଦତ୍ତ ଶର୍ମା, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ଖଟିକ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ, କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଉପସ୍ଥିତ ଥିଲେ।

୫ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ସମୟରେ ସମସ୍ତ ପରିବାରକୁ ମାଗଣା ଖାଦ୍ୟଶସ୍ୟ ସହ ରିହାତି ଦରରେ ଡାଲି, ସୋରିଷ ତେଲ ଓ ଚିନି ଯୋଗାଇ ଦିଆଯିବ।  ମଧ୍ୟପ୍ରଦେଶର କୌଣସି ପରିବାର ବାସହୀନ ରହିବେ ନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ମୁଖ୍ୟମନ୍ତ୍ରୀ ଜନ ଆବାସ ଯୋଜନା ଆରମ୍ଭ କରିବେ। ଲାଡଲି ଭଉଣୀମାନଙ୍କୁ ମାସିକ ଆର୍ଥିକ ସହାୟତା ସହିତ ବାସଗୃହର ଲାଭ ମିଳିବ। ଏମଏସପି ସହିତ ଗହମ କୁଇଣ୍ଟାଲ ପିଛା ୨୭୦୦ ଟଙ୍କା ଏବଂ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣିବାର ବ୍ୟବସ୍ଥା କରାଯିବ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଏବଂ ମୁଖ୍ୟମନ୍ତ୍ରୀ କିଷାନ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ବାର୍ଷିକ ୧୨୦୦୦ ଟଙ୍କା ପ୍ରଦାନ କରାଯିବ ।

ad-week
Leave A Reply

Your email address will not be published.