‘ମୁଁ ଜଣେ ସେବକ, ମୁଖ୍ୟମନ୍ତ୍ରୀ ଦୌଡ଼ରେ ନାହିଁ’: ଜ୍ୟୋତିରାଦିତ୍ୟ ସିନ୍ଧିଆ

jyot

ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦୌଡ଼ରେ ନାହାନ୍ତି କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏନ୍‌ଡିଟିଭିକୁ ଏକ ସାକ୍ଷାତ୍‌କାର ଦେଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାର ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି ନି‌‌ଜେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ। ତାଙ୍କ କହିବା କଥା ହେଲା ସେ ଦଳର ଜଣେ ସେବକ। ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କର ଇଛା ନାହିଁ।

“କଂଗ୍ରେସର ଲୋକମାନେ କ୍ଷମତା ପାଇଁ ଲଢୁଛନ୍ତି। ସେମାନଙ୍କର ଗୋଷ୍ଠୀ ଅଛି। ସେମାନେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଜନା କରୁଛନ୍ତି। ନିର୍ବାଚନ ପୂର୍ବରୁ କଂଗ୍ରେସରେ ପ୍ରାୟ ୮ ଜଣ ନେତା ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ ହୋଇଗଲେଣି। ବିଜେପି କର୍ମମାନଙ୍କର ଏକ ଦଳ। ଆମେ ସମସ୍ତେ କାର୍ଯ୍ୟକର୍ତ୍ତା।’’ ବୋଲି ସିନ୍ଧିଆ ତାଙ୍କ ସାକ୍ଷାତ୍‌କାରରେ କହିଛନ୍ତି।

ସେ ଆହୁରି ବି କହିଛନ୍ତି ଯେ ‘‘ମଧ୍ୟପ୍ରଦେଶର ସମଗ୍ର ବିଜେପି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ଚାହାନ୍ତି। ମୁଁ ଏହି ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଦୌ ବି ନାହିଁ। ମୁଁ କେବଳ ଦଳର ଜଣେ ସେବକ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢ଼ିବାର ପ୍ରଶ୍ନ ଉଠୁନାହିଁ।’’

ଗତ ନଭେମ୍ବର ୨ ତାରିଖରେ ବି ଜ୍ୟୋତିରାଦିତ୍ୟ ଏହିଭଳି କିଛି ସମାନ କଥା କହିଥିଲେ। ସେ ମୁଖ୍ୟମନ୍ତ୍ରୀ ପଦକୁ ଦୃଷ୍ଟିରେ ରଖି ସିନ୍ଦିଆ ପରିବାରକୁ ଆସନ ଦୌଡ଼ରେ ଅନ୍ତର୍ଭୁକ୍ତ ନକରିବା ଭଲ ବୋଲି ନିଜର ମତ ରଖିଥିଲେ। ସିନ୍ଧିଆ ପରିବାର ଦିନରାତି ବିକାଶ, ପ୍ରଗତି ଏବଂ ଜନସେବା ପାଇଁ ଏକ ଉତ୍ସାହ ସହିତ କାମ କରନ୍ତି ବୋଲି ସେ ପ୍ରକାଶ କରିଥିଲେ।

ad-week
Leave A Reply

Your email address will not be published.