ପୁଅର ଜୀବନ ବଞ୍ଚାଇ ପାଣି ସୁଅରେ ବୁଡିଗଲେ ବାପା…

add-all

awwe

କଟକ : ବାପା, ଯିଏ ନିଜେ ଦୁଃଖ କଷ୍ଟରେ ରହି ନିଜ ପିଲାଙ୍କ ମୁହଁରେ ହସ ଫୁଟାଏ । ବାପା ଯିଏ ଦୁଃଖରେ ଥିଲେ ସମସ୍ତଙ୍କ ଠାରୁ ଲୁଚି କାନ୍ଦିବେ ପଛେ କିନ୍ତୁ କାହାକୁ ଦେଖାନ୍ତିନି ତାଙ୍କ ଭିତରେ ଥିବା କୋହ । ବାପା ଯିଏ ହେଲେ ନିଜ ପିଲାମାନଙ୍କର ସାହସ । ନିଜ ପିଲାମାନଙ୍କ ମୁଣ୍ଡରେ ଥିବା ଛାତ ସିଏ । ଯାହାଙ୍କ ଅନୁପସ୍ଥିତି ଜୀବନରେ ଜିଇଁବାରେ ଖୁବ୍‌ ଭାରି ହୋଇପଡେ । ଯାହାଙ୍କ ବିନର ଏତେ ବଡ ଦୁନିଆରେ ବଞ୍ଚିବା ସହଜ ନଥାଏ । ଯିଏ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି ନିଜ ସନ୍ତାନ ପାଇଁ ।

ହଁ ସେମିତି ଜଣେ ବାପା ଆଜି ନିଜ ଜୀବନ ଦେଇ ବଞ୍ଚାଇଛନ୍ତି ନିଜ ପୁଅକୁ । ନିଜ ପୁଅର ଜୀବନ ବଞ୍ଚାଇ ବାପା ହାରିଦେଲେ ନିଜ ଜୀବନ । ଦୀପାବଳି ପାଳନ କରିବା ପୂର୍ବରୁ ବାପା ଚାଲିଗଲେ । ଘଟିଗଲା ବଡ ଅଘଟଣ । ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲେ ବାପା ।

ଏଭଳି ଏକ ଅଭାବନୀୟ ଏବଂ ଦୁଃଖଦ ଘଟଣା ଘଟିଛି କଟକ ନରାଜ ଅନ୍ତର୍ଗତ କୈବର୍ତ୍ତ ସାହି ଘାଟରେ। ନରାଜ ଅଞ୍ଚଳର ସରୋଜ ସାହୁ ତାଙ୍କର ଆଠ ବର୍ଷର ପୁଅକୁ ନେଇ କାଠଯୋଡି ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ପୁଅ ଗାଧୋଉଥିବାବେଳେ ପାଣିର ସୁଅରେ ବୁଡିଯାଉଥିବା ବେଳେ ଦେଖିଦଲେ ବାପା । ତାପରେ ସଙ୍ଗେ ସଙ୍ଗେ ନିଜ ପୁଅକୁ ଉଦ୍ଧର କରିବାକୁ ପଳାଇଲେ । କିନ୍ତୁ ବିଧାତା କିଛି ଅଲଗା ଲେଖିଥିଲା ବୋଧହୁଏ ।

ପୁଅକୁ ଉଦ୍ଧାର କରିବାକୁ ଯାଇ ଚୋରାବାଲିରେ ଫସି ଯାଇଥିଲେ। ପୁଅ କୂଳକୁ ଆସିଥିଲେ ମଧ୍ୟ ସରୋଜ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲେ। ତେବେ ମେଡିକାଲ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.