ଦୀପାବଳି ପାଳନ କଲା ‘ଟିମ୍‌ ଇଣ୍ଡିଆ’: ସୋସିଆଲ୍‌ ମିଡିଆରେ ଫଟୋ, ଭିଡିଓ ଭାଇରାଲ୍‌…

add-all

Untitled-42-750x430

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ଖେଳାଳିମାନେ ବେଙ୍ଗାଲୁରୁରେ ଦୀପାବଳି ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସମସ୍ତ ଖେଳାଳିଙ୍କର ଏକ ଫଟୋ ଭାଇରାଲ ହୋଇଛି। ଆସନ୍ତୁ ଆପଣଙ୍କୁ କହିବା ଯେ ଆଜି ଅର୍ଥାତ୍ ଦୀପାବଳି ଦିନ ଭାରତକୁ ବିଶ୍ୱକପରେ ନେଦରଲ୍ୟାଣ୍ଡ ସହିତ ଶେଷ ଲିଗ୍ ମ୍ୟାଚ୍ ଖେଳିବାକୁ ପଡିବ। ଏହାପୂର୍ବରୁ ଦଳର ଖେଳାଳିମାନେ ଏକାଠି ଦୀପାବଳି ପାଳନ କରିଥିଲେ। ସମସ୍ତ ଖେଳାଳିଙ୍କୁ ଭାରତୀୟ ପାରମ୍ପରିକ ରୂପରେ ଦେଖିବାକୁ ମିଳିଥିଲା। ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ନଜର ଆସିଥିବା ବେଳେ ରୋହିତ ସୋସିଆଲ ମିଡିଆରେ ତାଙ୍କ ଫଟୋ ସେୟାର କରିଛନ୍ତି।

ବିସିସିଆଇ ତା’ର ଏକ୍ସ ହ୍ୟାଣ୍ଡେଲ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରିିଛି। ଭିଡିଓରେ ଅନେକ ତାରକା ସେମାନଙ୍କ ପତ୍ନୀଙ୍କୁ ନେଇ ପ୍ରବେଶ କରୁଥିବା ବେଳେ ବିଭିନ୍ନ ପ୍ରକାରର ମିଠାଜାତୀୟ ଖାଦ୍ୟ ବି ଦେଖିବାକୁ ମିଳୁଛି। ବିସିସିଆଇ ତା’ର ପୋଷ୍ଟ୍‌ରେ ଲେଖିଛି, ‘‘ଆମେ ଟିମ୍‌ ଇଣ୍ଡିଆ। ଆପଣଙ୍କୁ ଏବଂ ଆପଣଙ୍କ ସଂପର୍କୀୟଙ୍କୁ ଶୁଭ ଦୀପାବଳି ଶୁଭେଚ୍ଛା ଜଣାଉଛୁ।’’ ବିରାଟ କୋହଲିଙ୍କ ସହ ପତ୍ନୀ ଅନୁଷ୍କା ଯାଇଥିବା ବେ‌ଳେ ରୋହିତ ଶର୍ମା ତା‌ଙ୍କ ପତ୍ନୀଙ୍କ ସହ ଝିଅକୁ କାଖେଇକି ଦୀପାବଳି ପାର୍ଟିରେ ପହଞ୍ଚିଥିଲେ। ଯାହା ଲୋକଙ୍କୁ ବେଶ୍‌ ଭଲଲାଗିଛି।

ନଭେମ୍ବର ୧୫ ତାରିଖରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହାପରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ହେବ। ଫାଇନାଲ୍‌ ମ୍ୟାଚ୍‌ ନଭେମ୍ବର ୧୯ ତାରିଖରେ ଖେଳାଯିବ।

ad-week
Leave A Reply

Your email address will not be published.