ସାଉଥ ଆଫ୍ରିକାରେ ଫସିରହିଛନ୍ତି ୧୪ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ

add-all

Screenshot-2023-11-12-141552-750x430-1

ଭୁବନେଶ୍ୱର: ପୁଣି ବିଦେଶକୁ ଯାଇ ଫସିଗଲେ ଓଡ଼ିଆ ଶ୍ରମିକ। ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ଗୁହାରୀ। ସାଉଥ ଆଫ୍ରିକାର ଗାବନ୍‌ରେ ନିର୍ଯାତିତ ଓଡ଼ିଆ ଶ୍ରମିକ ଭିଡ଼ିଓ ବାର୍ତ୍ତାରେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। କେନ୍ଦ୍ରାପଡା଼ ଜିଲ୍ଲାର ୧୪ ଓଡ଼ିଆ ଶ୍ରମିକ ସାଉଥ ଆଫ୍ରିକା ଫସିରହିଛନ୍ତି। ବିଦେଶରେ ମାଲିକର ନିର୍ଯ୍ୟାତନା ଅସହ୍ୟ ହେବାରୁ ଭିଡିଓ ମାଧ୍ୟମ୍ୟରେ ଶ୍ରମିକମାନେ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।

ଖବର ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲାର ରାଜକାନିକା ବ୍ଲକର ୧୪ଜଣ ବ୍ୟକ୍ତି ଗାବନର ଏକ ପ୍ଲାଇଡ୍ କମ୍ପାନୀରେ ନିୟୋଜିତ ହୋଇଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ କମ୍ପାନୀର ମାଲିକ ଗତ ଚାରିମାସ ଧରି ଦରମା ଦେଇ ନଥିବାବେଳେ ଅନ୍ୟ କର୍ମଚାରୀମାନେ ସେମାନଙ୍କୁ ନିର୍ଯାତନା ଦେଉଛନ୍ତି। କମ୍ପାନୀ ଅଧିକାରୀ ସେମାନଙ୍କୁ ଭାରତ ଫେରିବାକୁ ଅନୁମତି ଦେଉ ନାହାଁନ୍ତି ବୋଲି ଦାବି କରି ଶ୍ରମିକମାନେ ଭିଡିଓରେ କହିଛନ୍ତି। ସେମାନଙ୍କ ସହିତ ଅନ୍ୟ ରାଜ୍ୟର ୭ ଜଣ ଶ୍ରମିକ ରହିଛନ୍ତି। ଏବେ ସେଠାରେ ମୋଟ ୨୧ ଜଣ ଶ୍ରମିକ ବିଭିନ୍ନ ଅସୁବୁଧାର ସମ୍ମୁଖୀନ ହେଉଥିବା କହିଛନ୍ତି।

ଜଙ୍ଗଲ ଭିତରେ ଥିବା କମ୍ପାନୀରେ ରହୁଛନ୍ତି ଉକ୍ତ ଶ୍ରମିକ। ସେଠାରେ ନା ଅଛି ବିଦ୍ୟୁତ ସେବ, ନା ଅଛି ଖାଦ୍ୟ ଏବଂ ଔଷଧ। ଜେନେରେଟର ଚାଲିଲେ ପାଣି ଆସେ। ଶ୍ରମିକମାନଙ୍କୁ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ମଧ୍ୟ ବାରଣ କରାଯାଇଛି ବୋଲି ସେମାନେ ଭିଡିଓ ମାଧ୍ୟମରେ ଏହି କଥା କହିଛନ୍ତି। ଶ୍ରମିକମାନେ କହିଛନ୍ତି ଯେ ଟଙ୍କା ପଠାଇବାରେ ଅସମର୍ଥ ଥିବାରୁ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଅସୁବିଧାରେ ଅଛନ୍ତି। ଘରକୁ ପଇସା ନଦେବା ଦ୍ୱାରା ଘରେ ଚୁଲି ଜାଳିବା କଷ୍ଟ ସାଧ୍ୟ ହେଲାଣି। ତୁରନ୍ତ ଭାରତ ସରକାର ଏବଂ ଓଡ଼ିଶା ସରକାର ସେମାନଙ୍କୁ ସହଯୋଗ କରିବା ସହିତ କମ୍ପାନୀ ସେମାନଙ୍କ ଦରମା ଦେବାର ବ୍ୟବସ୍ଥା କରି ଭାରତ ଫେରାଇ ଆଣିବାକୁ ସେମାନେ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.