ଇସ୍ରାଏଲ ୱେବ୍‌ ସିରିଜ୍‌ ‘FAUDA’ର କ୍ରୁ ମେମ୍ବର ମାତନ ମୀରଙ୍କ ଗାଜାରେ ମୃତ୍ୟୁ, ହମାସ୍‌ ସହ ଲଢ଼ୁଥିଲେ ଯୁଦ୍ଧ

add-all

gaza-2

ଇସ୍ରାଏଲ୍ ନେଟଫ୍ଲିକ୍ସ ଶୋ’ ‘ଫାଉଦା (Fauda)’ର ପ୍ରଡକ୍ସନ୍ କ୍ରୁର ଜଣେ ସଦସ୍ୟଙ୍କ ଗାଜାରେ ମୃତ୍ୟୁ ଘଟିଛି। ଗାଜାରେ ହମାସ ସହ ଯୁଦ୍ଧ ଲଢ଼ିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଫାଉଦା ସିରିଜର ଅଫିସିଆଲ୍ ‘ଏକ୍ସ’ ଆକାଉଣ୍ଟରୁ ଶନିବାର ଏହି ସୂଚନା ଦିଆଯାଇଛି।

ଟିମ୍ ଫାଉଦା ନିଜ X ପୋଷ୍ଟରେ ଲେଖିଛି, ‘ଆମ ଫାଉଦା ପରିବାରର ଜଣେ ସଦସ୍ୟ ମାତନ ମୀରଙ୍କର ଗାଜାରେ ଯୁଦ୍ଧ ଲଢ଼ିବା ବେଳେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ଆମେ ଅତ୍ୟନ୍ତ ଦୁଃଖିତ। ମାତନ ଫାଉଦା କ୍ରୁର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ଫାଉଦାର ସମସ୍ତ କଳାକାର ଏବଂ କ୍ରୁ ସଦସ୍ୟ ଏହି କ୍ଷତି ଦ୍ୱାରା ଗଭୀର ଦୁଃଖି ଅଛନ୍ତି। ଆମେ ମାତନଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା ଜଣାଉଛୁ। ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ’।

ରିପୋର୍ଟ ମୁତାବକ, ଶୁକ୍ରବାର ଉତ୍ତର ଗାଜାରେ ହମାସ ବିରୋଧରେ ଯୁଦ୍ଧ ଲଢ଼ିବା ବେଳେ ପାଞ୍ଚ ଜଣ ଇସ୍ରାଏଲ୍‌ ସୈନିକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ମାତନ ମୀର ଜଣେ ଥିଲେ। କହି ରଖୁଛୁ, ‘ଫାଉଦା’ ଏକ ଇସ୍ରାଏଲ୍ ଟେଲିଭିଜନ୍ ସିରିଜ୍‌, ଯାହାକୁ ଇସ୍ରାଏଲର ପ୍ରତିରକ୍ଷା ବାହିନୀର ପୂର୍ବତନ ସୈନିକ ଲିୟୋର୍‌ ରଜ ଓ ଏଭି ଇସ୍କାରୋଫ୍‌ ନିର୍ମାଣ କରିଛନ୍ତି।

ଏହି ସିରିଜ୍‌କୁ ୨୦୧୬ରେ ନେଟଫ୍ଲିକ୍ସ ନିଜ ପ୍ଲାଟଫର୍ମରେ ରିଲିଜ୍‌ କରିଥିଲା। ଏହା ହେଉଛି ଇସ୍ରାଏଲର ସବୁଠାରୁ ଲୋକପ୍ରିୟ ଶୋ’। ଏହି ଶୋ’କୁ ଆରବୀ ଏବଂ ହିବ୍ରୁ ଭାଷାରେ ସୁଟିଂ କରାଯାଇଛି। ନେଟଫ୍ଲିକ୍ସରେ ଏହା ଇଂରାଜୀ ସବ୍‌-ଟାଇଟଲ୍ସ ସହିତ ଉପଲବ୍ଧ ରହିଛି। ଫାଉଦାରେ ଏହା ଦର୍ଶାଯାଇଛି ଯେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଓ ଗୁଇନ୍ଦା ଏଜେନ୍ସି ପାଲେଷ୍ଟାଇନ ଏବଂ ଗାଜାରେ ନିଜ ଶତ୍ରୁମାନଙ୍କ ସହିତ କିପରି ମୁକାବିଲା କରନ୍ତି।

ad-week
Leave A Reply

Your email address will not be published.