କାଳୀ ପୂଜା ପାଇଁ ଚଳଚଞ୍ଚଳ କଟକ, ଶ୍ରଦ୍ଧାଳୁଙ୍କ ଭିଡ…

add-all

kali

କଟକ: କାଳୀ ପୂଜା ପାଇଁ ଚଳଚଞ୍ଚଳ କଟକ । ସହରର ପ୍ରମୁଖ କାଳୀ ମନ୍ଦିର ଗୁଡ଼ିକରେ ସକାଳୁ  ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି। ମାଳିକା ପ୍ରସିଦ୍ଧ କାଳିଆ ଵୁଦା ଶ୍ୟାମାକାଳୀ, ଖାନନଗର ଦକ୍ଷିଣ କାଳି ଓ କାଳିଗଳିର କାଳୀ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରଦ୍ଧା ଓ ଭକ୍ତିର ସହ ମା’ଙ୍କର ଆରାଧନା କରିଛନ୍ତି। ତେବେ ନିଶାର୍ଦ୍ଧ ପୂଜା ଓ ମା’ଙ୍କର ସ୍ବତନ୍ତ୍ର ଵେଶ ଦର୍ଶନ ପାଇଁ ଭିଡ ଅଧିକ ହେଵାର ଆଶା କରାଯାଉଥିଵାରୁ ମନ୍ଦିର କମିଟି ଓ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଵ୍ୟଵସ୍ଥା କରାଯାଇଛି।

କାଳୀ ପୂଜା ପାଇଁ ରୌପ୍ୟ ନଗରୀ କଟକର କାଳୀ ପୀଠ ଗୁଡ଼ିକରେ ଶ୍ରଦ୍ଧା ଓ ଭକ୍ତିମୟ ପରିଵେଶ। ଅମାବାସ୍ୟାର ଅମା ଅନ୍ଧକାରରେ ମା’ ଅଵତରଣ କରି ସାରା ମାନବ ସମାଜକୁ ଆଲୋକ ଆଡକୁ ନେଇଥାଆନ୍ତି ଵୋଲି ସନାତନ ଧର୍ମରେ ବିଶ୍ଵାସ ରହିଛି। ତେଣୁ ଏହି ଦିନରେ ମା’ଙ୍କୁ ଆରାଧନା କରି ନିଜ ନିଜ ଭିତରେ ଥିବା ଅନ୍ଧକାରକୁ ଦୁରେଇ ଦେଵା ପାଇଁ ମା’ କାଳୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିଥାଏ।କଟକର ପ୍ରସିଦ୍ଧ କାଳୀପୀଠ ଗୁଡ଼ିକରେ ଆଜି ବଡ଼ି ଭୋରରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ ଲାଗି ରହିଛି। ମାଳିକା ବର୍ଣ୍ଣିତ କଟକ କାଳିଆଵୁଦା ଶ୍ୟାମାକାଳୀ ପୀଠରେ ଆଜି ଶ୍ରଦ୍ଧାଳୁ ମାନେ ଭକ୍ତିମୟ ପରିବେଶରେ ପୂଜା ଅର୍ଚ୍ଚନା କରିଛନ୍ତି। ମା’ଙ୍କର ପ୍ରତ୍ୟକ୍ଷତା ଓ ଶ୍ରଦ୍ଧାଳୁମାନଙ୍କର ପ୍ରତ୍ୟକ୍ଷ ଅନୁଭଵ ଅନେକ ଶ୍ରଦ୍ଧାଳୁଙ୍କୁ ଏହି ପୀଠକୁ ସ୍ବତଃ ଆକର୍ଷିତ କରିଥାଏ।

ସେହିପରି କଟକ ଖାନନଗର ଦକ୍ଷିଣ କାଳୀ ଓ କାଳିଗଳିର କାଳୀ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କର ଦର୍ଶନ କରି ପୂଜା ଅର୍ଚ୍ଚନା କରିଛନ୍ତି। ଆଜି ରାତି ୧୨ଟା ପରେ ଏହି ପୀଠ ଗୁଡ଼ିକରେ ସ୍ବତନ୍ତ୍ର ନିଶାର୍ଦ୍ଧ ପୂଜା ଅନୁଷ୍ଠିତ ହେବ। ସାଧାରଣ ଶ୍ରଦ୍ଧାଳୁ ଯେଭଳି ଏହି ନିଶାର୍ଦ୍ଧ ପୂଜା ଦେଖି ପାରିବେ ସେଥିପାଇଁ ମନ୍ଦିର କମିଟି ତରଫରୁ ସୁବ୍ୟବସ୍ଥା କରାଯାଇଛି।ଏ‌ହା ସହ ଖାନନଗର ମା ଦକ୍ଷିଣ କାଳୀଙ୍କର ଆଜି ବିଳମ୍ୱିତ ରାତିରେ ସ୍ବତନ୍ତ୍ର ଜରି ଵେଶ ଅନୁଷ୍ଠିତ ହେବ। ବର୍ଷକୁ ଥରେ ମା ଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ।ମା ଦକ୍ଷିଣ କାଳୀଙ୍କ ପ୍ରତ୍ୟକ୍ଷତା ମଧ୍ୟ ସର୍ଵଜନଵିଦିତ।

ad-week
Leave A Reply

Your email address will not be published.