ହାତ ଛାଡି ବିଆରଏସରେ ମିଶିଲେ ପଲବାଇ ଶ୍ରାବନ୍ତି…

IMAGE_1699768317

ବିଧାନସଭା ନିର୍ବାଚନୀ ମାହୋଲ ମଧ୍ୟରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି(ଟିପିସିସି)କୁ ବଡ ଝଟକା। ମୁଖପାତ୍ର ପଲବାଇ ଶ୍ରାବନ୍ତି ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ହାତ ଛାଡୁ ଛାଡୁ ଶ୍ରାବନ୍ତି ଭାରତ ରାଷ୍ଟ୍ର ସମିତି(ବିଆରଏସ)ରେ ଯୋଗ ଦେଇଛନ୍ତି।

ଚଳିତ ମାସ 30 ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡିବ। ଏଥିପାଇଁ ଆସନ୍ତାକାଲି ନାମାଙ୍କନ ପତ୍ର ଭରିବେ ପ୍ରାର୍ଥୀ। ଏହାରି ମଧ୍ୟରେ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ମୁଖପାତ୍ର ପଲବାଇ ଶ୍ରାବନ୍ତି। ଦଳ ତାଙ୍କୁ ଉଚିତ୍ ପ୍ରାଥମିକତା ଦେଇନଥିବା ଅଭିଯୋଗ କରିଛନ୍ତି ପଲବାଇ।

ad-week
Leave A Reply

Your email address will not be published.