ଦୀପାବଳିରେ ରେକର୍ଡ ଛୁଇଁଲା କଟକ ଓ ଭୁବନେଶ୍ୱରର ପ୍ରଦୂଷଣ…

add-all

bana

ଦୀପାବଳିରେ ବିଷାକ୍ତ ହେଲା ଟ୍ୱିନ ସିଟି। ସାଂଘାତିକ ହେଲା କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ ସ୍ଥିତି। ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ରେକର୍ଡ ଛୁଇଁଥିଲା। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ୯୯୯ ଥିଲା ବେଳେ ପଟିଆ ଅଞ୍ଚଳରେ ୬୭୬ ରେକର୍ଡ କରାଯାଇଛି। ସେହିଭଳି କଟକରେ ରାତି ଗୋଟାଏରେ ପ୍ରଦୂଷଣ ସ୍ତର ୮୮୨ ରେକର୍ଡ ହୋଇଥିଲା।

୧୧ ତାରିଖ (ଶନିବାର) ଅପେକ୍ଷା ଗତକାଲି ଦୀପାବଳିରେ ରାଜ୍ୟର ବିଭିନ୍ନ ସହରରେ ପ୍ରଦୂଷଣ ମାତ୍ରା ବଢ଼ିଥିଲା। ୧୧ ତାରିଖରେ ବାଲେଶ୍ଵରରେ ହାରାହାରି ପ୍ରଦୂଷଣ ୧୨୩ ଥିଲା ବେଳେ ୧୨ ତାରିଖ ଦିନ ୧୯୩.୭୯ ରହିଥିଲା । ସେହିପରି ଅନୁଗୋଳରେ ପ୍ରଦୂଷଣ ୧୧ ତାରିଖରେ ୧୩୦ ଥିବା ବେଳେ ୧୨ ତାରିଖରେ ୧୯୪ ରହିଥିଲା। ତାଳଚେରରେ ପ୍ରଦୂଷଣ ମାତ୍ରା ୧୧ ତାରିଖରେ ୧୧୭ ରହିଥିବା ବେଳେ ଗତକାଲି ଦୀପାବଳିରେ ଏହା ୨୧୪.୯୫କୁ ବୃଦ୍ଧି ପାଇଥିଲା।

ଭୁବନେଶ୍ୱରର ଲିଙ୍ଗରାଜ ଅଞ୍ଚଳରେ ୧୧ ତାରିଖରେ ପ୍ରଦୂଷଣ ମାତ୍ରା ୧୩୦.୫୧ ଥିବା ବେଳେ ଦୀପାବଳି ଦିନ ଏହା ୨୪୩.୨୩ ରହିଥିଲା। ପଟିଆ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ୧୦୬ରୁ ବଢ଼ି ୨୧୧ ହୋଇଥିଲା।

ad-week
Leave A Reply

Your email address will not be published.