ନେପାଳରେ ନିଷିଦ୍ଧ ହେଲା ଚୀନର ଲୋକପ୍ରିୟ ଆପ ଟିକଟକ୍…

add-all

tik

କାଠମାଣ୍ଡୁ : ନେପାଳ ସରକାର ଲୋକପ୍ରିୟ ଚାଇନିଜ୍ ଆପ୍ ଟିକଟକକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାମାଜିକ ସୌହାର୍ଦ୍ଦ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବ ପକାଉଥିବା ଦର୍ଶାଇ ସୋମବାର ନେପାଳ କ୍ୟାବିନେଟ୍ ବୈଠକରେ ଟିକ୍ଟକ୍ କୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ନିଷ୍ପତ୍ତି କେବେ କାର୍ଯ୍ୟକାରୀ ହେବ ତାହା ଜଣାପଡ଼ିନାହିଁ।

ନେପାଳ ସରକାରଙ୍କ ମୁଖପାତ୍ର ରେଖା ଶର୍ମା କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ଏକ ମୌଳିକ ଅଧିକାର, କିନ୍ତୁ ଟିକ୍ ଟକ୍ କୁ ନିଷିଦ୍ଧ କରିବା ର ନିଷ୍ପତ୍ତି ଏହି ପ୍ଲାଟଫର୍ମରେ କାର୍ଯ୍ୟକଳାପରୁ ସୃଷ୍ଟି ହୋଇଛି ଯାହା ନେପାଳରେ ସାମାଜିକ ସୌହାର୍ଦ୍ଦ୍ୟକୁ ବ୍ୟାହତ କରୁଥିବା ବୋଲି ବିଶ୍ୱାସ କରାଯାଉଛି ।  ରିପୋର୍ଟ ଅନୁଯାୟୀ, ଗତ ୪ ବର୍ଷ ମଧ୍ୟରେ ଏହି ଚାଇନିଜ୍ ଆପରେ ୧୬୪୭ଟି ସାଇବର ଅପରାଧ ମାମଲା ସାମ୍ନାକୁ ଆସିଛି। ନେପାଳ ପୋଲିସର ସାଇବର ବ୍ୟୁରୋ, ଗୃହ ମନ୍ତ୍ରଣାଳୟ ଏବଂ ଟିକଟକ୍ ର ପ୍ରତିନିଧିମାନେ ଗତ ସପ୍ତାହ ପ୍ରାରମ୍ଭରେ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସୋସିଆଲ ମିଡିଆ କମ୍ପାନିମାନଙ୍କ ପାଇଁ ନେପାଳ ସରକାର ନୂଆ ନିୟମ ଆଣିଛନ୍ତି । ନୂଆ ନିୟମ ଅନୁଯାୟୀ ନେପାଳରେ ସକ୍ରିୟ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ନେପାଳରେ ନିଜର କାର୍ଯ୍ୟାଳୟ ଖୋଲିବାକୁ ପଡିବ । ଗତ ଗୁରୁବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଫେସବୁକ, ଏକ୍ସ (ପୂର୍ବରୁ ଟ୍ୱିଟର), ଟିକ୍ ଟକ୍ ଏବଂ ୟୁଟ୍ୟୁବ୍ ଭଳି ସୋସିଆଲ ମିଡିଆ ସାଇଟ୍ ଗୁଡ଼ିକ ପାଇଁ ନେପାଳରେ ସେମାନଙ୍କର କାର୍ଯ୍ୟାଳୟ ଖୋଲିବା ବାଧ୍ୟତାମୂଳକ କରାଯାଇଥିଲା।

ad-week
Leave A Reply

Your email address will not be published.