ଆଇଆଇସି ଅନିତାଙ୍କ ନାଁରେ ଥାନାରେ ଏତଲା…

add-all

ସମ୍ବଲପୁର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମହିଳାଙ୍କୁ ଆକ୍ରମଣ କରିବା ଅଭିଯୋଗ ପ୍ରସଙ୍ଗରେ ଚର୍ଚ୍ଚାକୁ ଆସିଥିବା ସେତେବେଳର ସମ୍ବଲପୁର ଜିଲ୍ଲା ଧନୁପାଲି ଆଇଆଇସି ଅନିତା ପ୍ରଧାନଙ୍କ ନାଁରେ ଏତଲା ଦିଆଯାଇଛି। ଏବେ ତାଙ୍କର ଚାରି ମାସ ହେବ ବଲାଙ୍ଗୀର ଜିଲ୍ଲାକୁ ବଦଳି ହୋଇଛି। କିନ୍ତୁ ସେ ଆବଶ୍ୟକ କାଗଜପତ୍ର ହସ୍ତାନ୍ତର କରିନଥିବା ଅଭିଯୋଗ ଆଣି ଏବେର ଧନୁପାଲି ଭାରପ୍ରାପ୍ତ ଆଇଆଇସି ରଞ୍ଜନ ବିଶ୍ବାଳ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି।

ବଲାଙ୍ଗୀର ଜିଲ୍ଲାର ଏକ ଥାନାରେ ଯୋଗଦେବା ପରେ ଅନିତା ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ନିଜ ପାଖରେ ରଖିଥିବା ଅଭିଯୋଗ ହୋଇଛି। ଏଫ୍ଆଇଆରରେ ରଞ୍ଜନ ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ ଆବଶ୍ୟକ ଫାଇଲ୍ ନ ଥିବାରୁ ବହୁ ଅପରାଧିକ ମାମଲାରେ ସେ ଅଭିଯୁକ୍ତମାନଙ୍କୁ ଚାର୍ଜସିଟ୍ ଦେଇ ପାରୁନାହାନ୍ତି। ନିକଟରେ ଏକ ଅପରାଧକୁ ନେଇ ଚାଲିଥିବା ବୈଠକରେ ସେ ନବରଙ୍ଗପୁର ଏସପି ରୋହିତ ବର୍ମାଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଇଥିଲେ।

ଏହି ଘଟଣାକୁ ଗୁରୁତର ସହ ନେଇ ଏସପି ରଞ୍ଜନ ବିଶ୍ୱାଳଙ୍କୁ ପରବର୍ତ୍ତୀ ସମୟରେ ଏଫ୍ଆଇଆର୍ ଦେବା ସହ ଏ ନେଇ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.