ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ‘ଡାବର୍‌ ଗ୍ରୁପ୍‌’ର ଅଧ୍ୟକ୍ଷ ଓ ନିର୍ଦେଶକ

add-all

dabur

ମୁମ୍ବାଇ: ‘ମହାଦେବ ବେଟିଙ୍ଗ୍‌ ଆପ୍‌’ ମାମଲାରେ ମୁମ୍ବାଇ ପୁଲିସ ଫାଇଲ୍‌ କରିଥିବା ‘ଏଫ୍‌ଆଇଆର୍‌’ରେ ଅଭିଯୁକ୍ତ ବୋଲି ଦର୍ଶାଯାଇଥିବା ୩୧ଜଣ ବ୍ୟକ୍ତିଙ୍କ ମଧ୍ୟରେ ‘ଡାବର୍‌ ଗ୍ରୁପ୍‌’ର ଅଧ୍ୟକ୍ଷ ମୋହିତ ବର୍ମନ୍‌ ଓ ନିର୍ଦେଶକ ଗ‌ୌରବ ବର୍ମନଙ୍କ ନାଁ ଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
‘ଏଫ୍‌ଆଇଆର୍‌’ରେ ମୋହିତ ବର୍ମନଙ୍କ ନାଁ ପାଖରେ ଥିବା ଠିକଣା ସ୍ଥାନରେ ‘ଫୋର୍ଟ ମୁମ୍ବାଇ’ ‌ଉଲ୍ଲେଖ କରାଯାଇଛି। ‘ରୋଜିଷ୍ଟ୍ରାର୍‌ ଅଫ୍‌ କମ୍ପାନିଜ୍’ରେ ଏହି ଠିକଣାରେ ମୋହିତଙ୍କର ଗୋଟାଏ ନିବେଶ କମ୍ପାନିର ଅଫିସ୍‌ ଅବସ୍ଥିତ।
ସାମାଜିକକର୍ମୀ ପ୍ରକାଶ ବ୍ୟାଙ୍କର୍‌ ଫାଇଲ୍‌ କରିଥିବା ଅଭିଯୋଗ ଆଧାରରେ ନଭେମ୍ବର ୭ ତାରିଖ ଦିନ ଏହି ‘ଏଫ୍‌ଆଇଆର୍‌’ ପଞ୍ଜିକୃତ କରାଯାଇଥିଲା।
ସୂଚନାଯୋଗ୍ୟ, ଅନ୍ୟ କେତେକ ସହଯୋଗୀ ଓ ଅଂଶୀଦାରଙ୍କ ସହିତ ସୌରଭ ଚନ୍ଦ୍ରାକର ଓ ରବି ଉପ୍ପଲ ନାମରେ ଦୁଇଜଣ ବ୍ୟକ୍ତି ‘ମହାଦେବ ବେଟିଙ୍ଗ୍‌ ଆପ୍‌’ ଚଳାଉ ଥିଲେ।
‘ଏଫ୍‌ଆଇଆର୍‌’ରେ ଅଭିଯୋଗକାରୀ ଦେଇଥିବା ବୟାନରେ ଉଲ୍ଲେଖ ଅଛି, କ୍ରିକେଟ୍‌ ଲିଗ୍‌ରେ ମ୍ୟାଚ୍‌ ଫିକ୍ସିଙ୍ଗ୍‌ ନିମନ୍ତେ ଦଲାଲ୍‌ମାନଙ୍କ ମଧ୍ୟରୁ ଜଣଙ୍କ ସହିତ ମୋହିତ ବର୍ମନ ଓ ଗୌରବ ବର୍ମନଙ୍କର ସମ୍ପୃକ୍ତି ଅଛି।
ଏହି ଅଭିଯୋଗରେ ଲଣ୍ଡନ୍‌ବାସୀ ଚନ୍ଦର ଅଗ୍ରୱାଲ୍‌ ଓ ଦିନେଶ ଖମ୍ବାତ୍‌ଙ୍କୁ ଭାରତରେ ଅନୁଷ୍ଠିତ କ୍ରିକେଟ୍‌ ମ୍ୟାଚ୍‌ଗୁଡ଼ିକ ପାଇଁ ମୁଖ୍ୟ ଦଲାଲ ବୋଲି ନାମିତ କରାଯାଇଛି। ଏହି ‘ଲିଗ୍‌’ ସହିତ ଚନ୍ଦର୍‌ ଅଗ୍ରୱାଲ୍‌ଙ୍କର ଭିତିରିଆ ଭାଗିଦାରୀ ରହିଛି। ସେ ଦୁବାଇର ହେମନ୍ତ ସୂଦ୍‌ ଓ ରୋହିତ କୁମାର ମୁର୍ଗୋଇଙ୍କୁ ସାହାଯ୍ୟ କରିଥିଲେ।

ad-week
Leave A Reply

Your email address will not be published.